୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ସହରରେ ହିନ୍ଦୀ ଭାଷୀ ,ଏକ ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ ଦ୍ବାରା ଜାତୀୟ ଶିକ୍ଷା ଦିବସ ପାଳିତ ହୋଇ ଯାଇଛି। ଆବାହକ ବିଜୟ କୁମାର ରାମଙ୍କ ତତ୍ତ୍ବାବଧାନ ରେ ଆୟୋଜିତ ଏହି ସଭାରେ ହିନ୍ଦୀ ଭାଷାବିଦ ଅବଧେଶ ମିଶ୍ର ସଭାପତିତ୍ବ କରି ଶିକ୍ଷା ର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବିଜୟ ରାମ ଏହି ଦିବସ ର ଆବଶ୍ୟକତା ଏବଂ ଶିକ୍ଷା ର ବୈଶିଷ୍ଟ୍ୟଗୁଡିକ ଆଲୋଚନା କରିଥିଲେ।
