ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ଭୁବନେଶ୍ୱର :- ସେ ଝିଅର ବୟଫ୍ରେଣ୍ଡ ମୋତେ ଫସେଇଛି… ଜେଲରୁ ବାହାରିଲେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ଷଡ଼ଙ୍ଗୀ । ତାଙ୍କୁ ଫସାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ। ତାଙ୍କୁ ଚାକିରି ଦେଇଥିବା ସଂସ୍ଥା ହେବା ଏବେ କଳାତାଲିକା ଭୁକ୍ତ ହୋଇସାରିଛି । ନିଜ ଚାକିରି ବଞ୍ଚାଇବା ପାଇଁ ମହିଳା ଜଣଙ୍କ ମିଛରେ ଫସାଇଥିବା ସେ କହିଛନ୍ତି ।
ବିଭୁ କହିଛନ୍ତି ଯେ, ମୋତେ ଫସାଇବାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ। ସୁଶାନ୍ତ ହେଉଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ । ସୁଶାନ୍ତ ସେ ଝିଅକୁ ମତେଇ ମୋ ବିରୋଧରେ ଷଡ଼ଜନ୍ତ୍ର ରଚିଛନ୍ତି ବୋଲି ସୁଶାନ୍ତ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ନାମରେ ଆସିଥିବା ଅସଦାଚରଣ ଅଭିଯୋଗ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ।
