ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ବନ୍ତଳସିଂହ ରାସ୍ତାର ନିଳକଣ୍ଠଶ୍ୱର ମନ୍ଦୀର ପର୍ଯ୍ୟନ୍ତ ଅଂଚଳକୁ ବାଉଁସ ବାଡ କରାଯାଇ ସମ୍ପୁର୍ଣ୍ଣ ସିଲ କରାଯାଇଛି ।

ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ପିପିଲି :- ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ପଂଚାୟତ ଅଂଚଳରେ ଜଣେ୨୪ ବର୍ଷିୟା ବିବାହିତ ମହିଳାଙ୍କ ଠାରେ କରୋନା ଆକ୍ରାନ୍ତ ରୋଗି ଚିହ୍ନଟ ହେବା ପରେ ଦାଣ୍ଡମୁକୁନ୍ଦ ପୁର ପାର୍ଟ୧ ଅଂଚଳକୁ  ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଙ୍କ ନିଦେ୍ର୍ଦଶରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ବନ୍ତଳସିଂହ ରାସ୍ତାର ନିଳକଣ୍ଠଶ୍ୱର ମନ୍ଦୀର ପର୍ଯ୍ୟନ୍ତ ଅଂଚଳକୁ ବାଉଁସ ବାଡ କରାଯାଇ ସମ୍ପୁର୍ଣ୍ଣ ସିଲ କରାଯାଇଛି । ଦାଣ୍ଡମୁକୁନ୍ଦପୁର ପାର୍ଟ୧ ରାସ୍ତାକୁ ସଂଯୋଗ କରୁଥିବା ମଠସାହୀ ରାସ୍ତା,ପ୍ରଧାନ ସାହୀ ରାସ୍ତା, ଅନ୍ୟଏକ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ।

Exit mobile version