ବଡପଦା ନିଶାମୁକ୍ତ ସଚେତନ ଶୋଭାଯାତ୍ର

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ନୁଆଗଡ ବ୍ଳକ ବଡପଦା ପଞ୍ଚାୟତର ମହିଳା ମହାସଂଘ ଆନୁକୂଲ୍ୟରେ ବଡପଦାରେ ନିଶାମୁକ୍ତ ସସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଶତାଧିକ ମହିଳା ଏକତ୍ର ହୋଇ ଗ୍ରାମକୁ ନିଶାମୁକ୍ତ କରିବା ଲାଗି

ସେଠାରୁ ବିଭିନ୍ନ ସ୍ଲୋଗାନ ଦେଇ ସାହି ଓ ବଜାର ପରିକ୍ରମା କରି ଖଜୁରିପଦା ଫାଣ୍ଡି ସମ୍ମୁଖରେ ପହଞ୍ଚି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାମରେ ବେଆଇନ ମଦ କାରବାର ୭ଦିନ ମଧ୍ୟରେ ବନ୍ଦ କରାନଗଲେ ମହିଳା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଥିଲା ।

ନିଶାମୁକ୍ତ ସଚେତନତା ରାଲିରେ ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଝରଣା ଛିଞ୍ଚାଣି, ସମ୍ପାଦକ ବିଜୟ ମାଝି ଓ ଏମବିକେ ରଶ୍ମିତା ଗୁରୁ ସହଯୋଗ କରିଥିଲେ ।

Exit mobile version