୨ ଦିନିଆ ଗଞ୍ଜାମ ଗସ୍ତରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି : ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ଶୁଭ ଶିଳାନ୍ୟାସ ସମାରୋହ

୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଉଚ୍ଚ ନ୍ୟାୟାଳୟ ଗୃହ କମିଟି ଅଧ୍ୟକ୍ଷ ଡଃ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ ଉଚ୍ଚ ନ୍ୟାୟାଳୟ ତଥା ଗଞ୍ଜାମ ନ୍ୟାୟାଧୀଶ ପ୍ରଶାସନିକ ବିଚାରପତି ଦେବବ୍ରତ ଦାଶ ୨ ଦିନିଆ ଗଞ୍ଜାମ ଗସ୍ତରେ ଆସି ଶନିବାର ହିଞ୍ଜିଳିକାଟୁରେ ପହଞ୍ଚି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଦେୱାନୀ ଓ ଫୌଜଦାରୀ ଅଦାଲତର ବିଚାରପତି ଏବଂ କର୍ମଚାରୀଙ୍କ ଲାଗି ଆବାସିକ ଗୃହର ଶୁଭ ଶିଳାନ୍ୟାସ କରିଛନ୍ତି ।

ଏହି ଉପଲକ୍ଷେ ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ନ ସାବତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଏବଂ ଓକିଲ ସଂଘ ତରଫରୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।ଭୂମି ପୂଜନ ସମାପନ ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏବଂ ବିଚାରପତି ନାରିକେଳ ଭାଙ୍ଗି ଆବାସିକ ଗୃହ ସମୂହର ଶୁଭ ଶିଳାନ୍ୟାସ କରିଥିଲେ।

ପରେ ଅଦାଲତ ପରିସରରେ ଥିବା ବାରିଷ୍ଟର ସ୍ବର୍ଗତ ମଧୁସୂଦନ ଦାସଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି,ବିଚାରପତି, ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କୁ ଉପଢୌକନ ପ୍ରଦାନ କରା ଯାଇଥିଲା। ହିଞ୍ଜିଳିକାଟୁ ଅଦାଲତ ଏବଂ ଓକିଲ ସଂଘର ପାରସ୍ପରିକ ସହଯୋଗ ଯୋଗୁଁ ନ୍ୟାୟିକ ପ୍ରକ୍ରିୟା ଅତି ସନ୍ତୋଷ ଜନକ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସନ୍ତୋଷ ପ୍ରକାଶ କରିଥିଲେ।ଶିଳାନ୍ୟାସ ସମାରୋହରେ ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପାତ୍ର,

ହାଇକୋର୍ଟ ଭିଜିଲାନ୍ସ ରେଜିଷ୍ଟ୍ରାର ଅଖିଳ କୁମାର ପଶ୍ଚିମ କବାଟ,ଅତିରିକ୍ତ ରେଜିଷ୍ଟ୍ରାର ଆନନ୍ଦ ଦାସ, ଜିଲ୍ଲା ଜର୍ଜ ରୂପଶ୍ରୀ ଚୌଧୁରୀ, ଜିଲ୍ଲା ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର,ସବଜର୍ଜ ଅବକାଶ ଚୌଧୁରୀ,ଜେଏମଏଫସି ଜର୍ଜ ଦୀପ୍ତିମୟୀ ସାହୁ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,

ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ବିଡ଼ିଓ ସୁବ୍ରତ କୁମାର ଜେନା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ,ବରିଷ୍ଠ ଆଇନଜୀବୀ ନିର୍ମଳ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା,ପ୍ୟାରୀ ମୋହନ ପାଢ଼ୀ,ସମ୍ପାଦକ ଶାନ୍ତନୁ ପୋଲେଇ,ମୁକ୍ତିରାମ ସାବତ,ବିଭୁ ପ୍ରସାଦ ପଣ୍ଡା,ଜିତେନ ପ୍ରହରାଜ,ଚିତ୍ତରଞ୍ଜନ ମହାରଣା,ରାମଚନ୍ଦ୍ର ମହାପାତ୍ର, ନିରଞ୍ଜନ ସାହୁ,ମହେନ୍ଦ୍ର ପାତ୍ର, ପ୍ରମୋଦ କୁମାର ଦଳାଇ,ଯୀଶୁ ବେହେରା ଓ ଚି.ତିରୁମଲ ରାଓ ପାତ୍ର,ଜଗତ ମୋହନ ସାହୁ ଓ ବସନ୍ତ କୁମାର ବେହେରା ପ୍ରମୁଖଙ୍କ ସମେତ ମିଶନ ଶକ୍ତି ସଦସ୍ୟା,ପୋଲିସ,ଅଗ୍ନିଶମ ବାହିନୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Exit mobile version