ଅଗ୍ନି କାଣ୍ଡ ଘଟି ଇ ବାଇକ୍ ଶୋରୁମରେ ପୋଡ଼ିଗଲା ୫ ଗାଡ଼ି

ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ରାଣୀହାଟ ଯୋବ୍ରା ଠାରେ ଥିବା ଏକ ଇ ବାଇକ୍ ଶୋରୁମରେ ଗତକାଲି ସନ୍ଧ୍ୟାରେ ହଠାତ ଅଗ୍ନି କାଣ୍ଡ ଘଟି ୫ଟି ଗାଡ଼ି ପୋଡ଼ିଯାଇଛି । କେଉଁ କାରଣରୁ ଅଗ୍ନି କାଣ୍ଡ ଘଟିଲା ଜଣାପଡି ନାହିଁ ।

ସର୍ଟ ସର୍କିଟ ଯୋଗୁଁ ଅଗ୍ନି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗିକାଣ୍ଡ ଘଟିବା ସ୍ଥାନରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାର ଖବର ପାଇ ୪ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଶୋ ରୁମରେ ଅଗ୍ନି ନିରୋଧ ବ୍ୟବସ୍ଥା ଥିଲା କି ନାହିଁ ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ କରାଯିବ ବୋଲି ଅଗ୍ନି ଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Exit mobile version