ଏକାମ୍ର ରେ ୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର  :-> ଏକାମ୍ର ନିର୍ବାଚନ ମଣ୍ଡଳୀ ର ରଥ ରୋଡ ଉନ୍ନତି କରଣ ପାଇଁ ମାଉସୀମା ଛକ ଠାରୁ ବଢେଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା କୁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ସାଢ଼େ ଚାରି କୋଟି ଟଙ୍କା ମଞ୍ଜୁର ହୋଇଥିବା କାର୍ଯ୍ୟକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ପରେ ଗଡ ମହାବୀର ରାସ୍ତାର ଏକ କଲଭର୍ଟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶିଶୁପାଳ ଗଡ ମୁଖ୍ୟ ରାସ୍ତା ଓ ନାଳ ପାଇଁ ସାଠିଏ ଲକ୍ଷ ଟଙ୍କାର କାର୍ଯ୍ୟ କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।

ଶେଷରେ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ଡୁମୁଡୁମା ନୂଆ ସାହି କୋଠ ଘରକୁ ମଧ୍ୟ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଶିବ ପ୍ରସାଦ ବେହେରା,ନୃପେଶ ନାୟକ,

ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ରଶ୍ମି ରଂଜନ ଶ୍ରୀଚନ୍ଦନ, କ୍ଷୀରୋଦ ପ୍ରଧାନ,ସମିତି ସଭ୍ୟ ବିନୋଦ ରାଉତରାୟ,ପ୍ରକାଶ ସାହୁ,ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ,ମନୋରଞ୍ଜନ ମହାନ୍ତି,ଦିଲ୍ଲୀପ ଜେନା,କୃଷ୍ଣ ଚନ୍ଦ୍ର ନାୟକ,ଶିବପ୍ରସାଦ ମହାପାତ୍ର, ପୂର୍ନେନ୍ଦୁ ପୂଜାପଣ୍ଡା, ନଳିନୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version