ଆର, ଉଦୟଗିରି ବ୍ଲକର ଶବରପଲ୍ଲୀ ଠାରେ ବିଜେଡିର ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଶବରପଲ୍ଲୀ ଗ୍ରାମରେ ବିଜୁ ଜନତାଦଳର ଗୁରୁବାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ମୋହନା ନିର୍ବାଚନ ମଣ୍ଡଳୀର ଆର,ଉଦୟଗିରି ଓ ନୁଆଗଡ ବ୍ଳକର ବିଜୁଜନତା ଦଳର କର୍ମକତ୍ତାଙ୍କୁ ନେଇ ଏହି ଶିବିର କରାଯାଇଥିଲା । ରାଜ୍ୟ ସରକାରଙ୍କ ଯେଉଁ ସବୁ ବିକାଶମୂଳକ ଯୋଜନା କିର୍ଯ୍ୟକାରୀ କରୁଛନ୍ତି ସେ ସମ୍ପର୍କରେ ଲୋକଙ୍କୁ କିପରି ଅଧିକ ସଚେତନ କରାଯାଇପାରିବ ସେ ସମ୍ପର୍କରେ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାସହ ଦଳୀୟ ସଙ୍ଗଠନକୁ ମଜଭୂତ କରାଯିବା ଯିବା ନେଇ ଆଲୋଚନା କରାଯାଇଥିଲା ।

ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଆୟୋଜନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଆର,ଉଦୟଗିରି ଓ ନୁଆଗଡ ବ୍ଳକର ସପାଦିକ ବିଜେଡି କର୍ମୀ ଯୋଗଦେଇଥିଲେ । ଡ. ପାତ୍ର ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ଛାତ୍ରକାର୍ଯ୍ୟକାରୀ ସଭାପତି ଅବିନାଶ ଠାକର ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହନା ନିର୍ବାଚନମଣ୍ଡଳୀ କାର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂଣ୍ଣବାସୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବରା ତିରୁପତି ରାଓ,

ସ୍ବତନ୍ତ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମରିୟମ୍ ରଇତ, ଉପାଧ୍ୟକ୍ଷ ବିଜୟଲକ୍ଷ୍ମି ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ବିଜେଡି କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ରଣସିଂ ନାୟକଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି,ବରିଷ୍ଠ ବିଜେଡି ନେତା, କର୍ମୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବ୍ଳକ ସଭାପତି ଶ୍ରୀ ପାଇକ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଟେକେଶ୍ବର ମାହାଙ୍କୁଡ, ଛାତ୍ର ସଭାପତି ଦୀପକ ପାଣି,ହରିହର ଗୌଡ, ସୁଶାନ୍ତ ବିଶୋଇ, ଜୁତିଆ ମଣ୍ଡଳ, ନୁଆଗଡ ବ୍ଳକ ର ମନହର ପରିଛା , ସୂର୍ଯ୍ୟ ପରାଗ ଛିଞ୍ଚାଣି ଓ ଯଜ୍ଞବନ୍ତ ପରିଛା ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version