Home ଓଡ଼ିଶା ପୂଜ୍ୟ ପୂଜା ସଂସଦ ପକ୍ଷରୁ ଶିକ୍ଷାବିତ ଵି ରଙ୍ଗନାଥନ ଙ୍କ ଜୟନ୍ତୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ପୂଜ୍ୟପୂଜା ସଂସଦ, ଓଡ଼ିଶା ର ଚିଲିକା ଶାଖା ତରଫରୁ ଆଜି ଶୁକ୍ରବାର ଓଡ଼ିଶା ର ବିଶିଷ୍ଟ ଇଂରାଜୀ ଭାଷାଵିତ୍ ବି ରଙ୍ଗନାଥନ ଙ୍କ ୧୨୭ତମ ଜୟନ୍ତୀ ବଡପଦର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଚାରଣ ସଭା ରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଗାୟକ ବାଗ୍ମୀ ରାମଚନ୍ଦ୍ର କର।ମୁଖ୍ୟ ଅତିଥି ଭାବେ ଚିଲିକା ର ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଏବଂ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଶିଷ୍ଟ ଶିକ୍ଷାବିତ୍, ଵରିଷ୍ଠ ଶିକ୍ଷକ ନେତା, ନାଚୁଣୀ ଗୋଦାବରୀଶ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମର ସାମନ୍ତସିଂହାର। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ, ଚିଲିକା ବ୍ଲକ୍ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ୍ ପଟ୍ଟନାୟକ,କାଳିଜାଇ ମହାବିଦ୍ୟାଳୟ, ବାଲୁଗାଁ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ଏବଂ ବର୍ଷୀୟାନ ଶିକ୍ଷକ ଗୋଲକ ବିହାରୀ ପଟ୍ଟନାୟକ। ସ୍ବର୍ଗତ ବି ରଙ୍ଗନାଥନ ଙ୍କୁ ଜଣେ ପ୍ରଚଣ୍ଡ ଶିକ୍ଷାବିତ, ବିଶିଷ୍ଟ ଇଂରାଜୀ ଭାଷାବିତ୍,ନିଷ୍ଠାପର , କର୍ତ୍ତବ୍ୟ ନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ସମାଜ ସଂସ୍କାରକ ଭାବରେ ଅଭିହିତ କରି ତାଙ୍କର ଅଵର୍ତ୍ତମାନରେ ଓଡ଼ିଶାରେ ତାଙ୍କର ସ୍ଥାନ ଏଯାବତ ଶୂନ୍ୟ ରହିଛି ବୋଲି ଅଭିମତ ରଖିଥିଲେ। ଏହି ଅବସରରେ ଵର୍ଷିୟାନ୍ ସେଵା ନିଵ୍ରୃତ୍ତ ଶିକ୍ଷକ ଗୋଲକ ବିହାରୀ ପଟ୍ଟନାୟକ ଙ୍କୁ ଵି ରଙ୍ଗନାଥନ ଶିକ୍ଷକ ସମ୍ମାନ ରେ ମାନପତ୍ର ଓ ଉପଢୈ।କନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାଚୁଣୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ରାଜକିଶୋର ସାହୁ, ରାମଚନ୍ଦ୍ର ମାର୍ଥା, ପ୍ରାକ୍ତନ ଏବିଡିଓ କାଳୁ ଚରଣ ସାମନ୍ତରାୟ, ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ରାଉତରାୟ, ଜାଗ୍ରୃତିକା ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଜାଗ୍ରୃତିକା ଅନୁଷ୍ଠାନ ର ସଭ୍ୟ ସଭ୍ୟା ପ୍ରମୁଖ ସ୍ବର୍ଗତ ବି ରଙ୍ଗନାଥନ ଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ପୂଜ୍ୟ ପୂଜା ସଂସଦ ର ସଭାପତି ଦିଲ୍ଲୀପ କୁମାର ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026