ରଣପୁର ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁଜଗନ୍ନାଥ ମନ୍ଦିର ସମ୍ମୁଖ ରେ ସଂକୀର୍ତନ ସତ୍ୟାଗ୍ରହ

୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ରଣପୁର ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସକାଳ 9ଘଂଟିକା ରୁ 12ଘଂଟିକା ପର୍ଯ୍ୟନ୍ତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ର ଗଣତି, ମଣତୀ,ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ଅମୃତ ମଣହି ଜମି ଓ ଚାଷୀ ଙ୍କ ଚାଷଜମିକୁ ତୁରନ୍ତ ଫେରସ୍ତ କରିବା ଦାବିରେ ରଣପୁର କଂଗ୍ରେସ ଦଳ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରି “ସଂକୀର୍ଣ୍ଣ ସତ୍ୟାଗ୍ରହ “ଅନୁଷ୍ଠିତ ହୋଇଥିଲା  l

ଏହି ସତ୍ୟାଗ୍ରହ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଲେ ସରକାର ଓଡିଶା ର ଚାରିକୋଟି ଜଗନ୍ନାଥ ପ୍ରେମିକ ଭାବାବେଗ ସହିତ ଖେଳୁଛନ୍ତି ଜଗନ୍ନାଥ ସେମାନଙ୍କୁ କ୍ଷମା କରିବେନି ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘନ ପାଇକରାୟ, ନଗର ସଭାପତି ସତ୍ୟ ରଞ୍ଜନ ମତ୍ତା,

କିଷାନ କଂଗ୍ରେସ ସଭାପତି ଧୂର୍ବଚରଣ ପରିଡା,ମହିଳା କଂଗ୍ରେସ ପ୍ରତିମା ଜେନା,ଜିଲ୍ଲା ଉପସଭାପତି ସୁରେନ୍ଦ୍ର କଳସ,ପ୍ରଭାତ ମହାନ୍ତି ମିର ଅବୁବକର ସିଦ୍ଧିକ,ପ୍ରକାଶ ଚନ୍ଦ୍ର ନାୟକ,ବାଦଲ ପ୍ରଧାନ, ସୁରେଶ ମହାରଣା, ସୁଜିତ ସାହୁ, ଅନିଲ ପରିଡା, ମାନସ ମହାପାତ୍ର, ସୁଦର୍ଶନ ପ୍ରଧାନ, ବିଜୟ ପରିଡା,ଶିଶିର ଭଞ୍ଜ, କୃଷ୍ଣ ସେଠି, ସାରଦା ସୁବୁଦ୍ଧି, ଶରତ ଦାସ, ରବୀନ୍ଦ୍ର ସାମନ୍ତରା,ଦିତିକୃଷ ସାମନ୍ତରା,ରମେଶ ସାମନ୍ତରା, ଖଲିଆ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମକର୍ତା ସତ୍ୟାଗ୍ରହ ରେ ସାମିଲ ହୋଇଥିଲେ l

Exit mobile version