ଦୈନିକ ଖବର କାଗଜ ସଜାଗ ଏବଂ ୨୪ ଘଣ୍ଟିଆ ଲିଭ ଲାଇଭ ଓଡିଆର ନବକଳେବର ଉନ୍ମୋଚିତ

୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସମାଜରେ ଦେନଦିନ ଘଟୁଥିବା ଲୋକ ମାନଙ୍କର ବିଭିନ୍ନ ସମସ୍ୟା, ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ଦୃଷ୍ଟି ଗୋଚର କରିବା ସମ୍ବାଦ ପତ୍ରର ଗୁରୁ ଦାୟିତ୍ବ ରହିଛି । ସେହିପରି ସରକାରଙ୍କର ଭୁଲ ଭଟକାକୁ ଜନସାଧାରଣଙ୍କୁ ଜଣାଇବା ସମ୍ବାଦ ପତ୍ର , ନିୟୁଜ ଚ୍ୟାନେଲ ଏବଂ ସାମ୍ବାଦିକ ମାନଙ୍କର ହେଉଛି ମୁଖ୍ୟକାର୍ଯ୍ୟ ।

ସାମ୍ବାଦିକ ମାନେ ଦୈନନ୍ଦିନ ସମାଜରେ ଘଟୁଥିବା ଘଟଣାର ସଠିକ୍ ଭାବେ ଯାଞ୍ଚକରି ସମ୍ବାଦ ପତ୍ର ଏବଂ ନିୟୁଜ ଚ୍ୟାନେଲକୁ ଖବର ପଠାଇବା ହେଉଛି ଗୁରୁ ଦାୟିତ୍ଵ । ସଠିକ୍ ଖବର ର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ସେହି ସମ୍ବାଦପତ୍ର ଓ ନିୟୁଜ ଚ୍ୟାନେଲ ପାଠକଙ୍କର ଆଦୃତ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଗୁରୁବାର ଦିନ ସଜାଗ ଦୈନିକ ଖବର କାଗଜ ଏବଂ ଲିଭ ଲାଇଭ ଓଡିଆ ୨୪ ଘଣ୍ଟିଆ ନିୟୁଜ ପ୍ରସାରଣର ନବକଳେବର ଉତ୍ସବ, ଫୁଲନଖରା ନିକଟସ୍ଥ ନଖରା ଠାରେ ଥିବା ଲିଭ ଲାଇଭ ଓଡିଆ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଡ଼ଭୋକେଟ ସ୍ୱାଧୀନ ଚେତା ମହାନ୍ତି, ଲିଭଲାଇଭ ଓଡ଼ିଆ ଚ୍ୟାନେଲର ସମ୍ପାଦକ ଟିଟନ ସାହୁ, ଅତିଥି ଭାବେ ଯୋଗ ଦେଇଥିଲେ । ଲିଭ ଲାଇଭ ଓଡିଆ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକା ଦେବସ୍ମୀତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version