ବାଦାମ ପାହାଡ଼ ରେଳ ପ୍ଲାଟଫର୍ମ ନିକଟରେ ଥିବା ଘର ଓ ଦୋକାନ ଗୃହର ଜବରଦଖଲ ଉଚ୍ଛେଦ

୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା,କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କରାଯାଉଛି । ଏହି ଉଛେଦ କାର୍ଯ୍ୟକ୍ରମ ରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହିତ କୁସୁମୀ ତହସିଲଦାର ସାରିକାରାଣୀ ଧାମେଲ ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ, ବାଦାମ ପାହାଡ଼ ଥାନା ଅଧିକାରୀ କାମାକ୍ଷା କମଳେଶ୍ଵର ହେମ୍ରମ, ଏଏସ୍ ଆଇ ବିଚିତ୍ରାନନ୍ଦ ନାଏକ, ଏ ଏସ୍ ଆଇ ଦିଲ୍ଲିପ ପାତ୍ର ତଥା ପୋଲିସ ଫୋର୍ସ ଏବଂ ରେଲୱେ ପୋଲିସ୍ ଫୋର୍ସ ଙ୍କ ଉପସ୍ଥିତି ରହିଥିଲେ ।

ବିଭାଗ ସ୍ଥାନୀୟ ଦୋକାନୀ ଙ୍କୁ ଥଇଥାନ ନେଇ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ ଓ ବସ୍ତି ବାସିନ୍ଦା ମାନଙ୍କୁ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ର ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକିୟା ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ଙ୍କ ଅନୁମୋଦନ କ୍ରମେ ରାଇରଙ୍ଗପୁର ଏବଂ ବାଦାମ ପାହାଡ ରେଳ ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଣୁ ବାଦାମ ପାହାଡ଼ ଷ୍ଟେସନ ର ଉନ୍ନତି କରଣ ନିମନ୍ତେ ରେଳ ଜମି ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଉଛି

ଏଥିରେ ୫୦ରୁ ଉର୍ଦ୍ଧ୍ବ ଦୋକାନୀ ଏବଂ ଉଠା ଦୋକାନୀ ଏବଂ ୧୦୦ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ଙ୍କ ବାସଗୃହ ଉଛେଦ ହୋଇଯାଇଛି । ସୂଚନାନୁଯାୟୀ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ଏବଂ ୩ ଟି ନୂତନ ଟ୍ରେନ ବାଦାମ ପାହାଡ଼ ରୁ ରାଉରକେଲା, ବାଦାମ ପାହାଡ଼ ରୁ ସାଲିମାର ଏବଂ ବାଦାମ ପାହାଡ ଟାଟା ନଗର ନୂତନ ଟ୍ରେନ ଚାଲିବା ନେଇ ସୂଚନା ମିଳିଛି। ଏଣୁ ଏହା ପୂର୍ବରୁ ନଭେମ୍ବର ୪ ତାରିଖ ଜି ଏମ୍ ଅନିଲ କୁମାର ମିଶ୍ର, ଡି ଆର୍ ଏମ୍ ଜେ ରାଠୋର, ରେଳ ବିଭାଗ ର ଇଞ୍ଜିନିୟର ଏବଂ ରେଳ ବିଭାଗ ର ଅନେକ ବରିଷ୍ଠ ଅଧିକାରୀ ତଦାରଖ ପାଇଁ ଆସିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଉନ୍ନତି କରଣ ପ୍ରକିୟା ଯାରି ରହିଛି।

ଏହା ସହିତ ଉକ୍ତ ବସ୍ତି ବାସିନ୍ଦା ଓ ଦୋକାନୀ ମାନଙ୍କୁ ବହୁ ପୂର୍ବରୁ ରେଳ ବିଭାଗ ତରଫରୁ ନୋଟିସ ଦିଆଯାଇଥିଲା। ଏହା ପରେ ପୁଣି ରେଳ ବିଭାଗ ତରଫରୁ ଦଶ ଦିନ ପୂର୍ବରୁ ସ୍ଥାନୀୟ ଦୋକାନୀ ମାନଙ୍କୁ ଉଛେଦ ନେଇ ପୁଣି ନୋଟିସ ଦେଇଥିଲେ। ଏଣୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ସ୍ଥାନୀୟ ଦୋକାନୀ ତଥା ସ୍ଥାନୀୟ ବାସିନ୍ଦା ରେଳ ବିଭାଗ ର ଜବରଦଖଲ କୁ ସ୍ବାଗତ କରିଛନ୍ତି। କିନ୍ତୁ ଦୋକାନୀ ମାନଙ୍କୁ ଥଇଥାନ କରି ଜବରଦଖଲ ଉଚ୍ଛେଦ କରିଥିଲେ ସେମାନେ ଉପକୃତ ହୋଇ ଥାନ୍ତେ ବୋଲି ମତ ରଖିଥିଲେ

କିନ୍ତୁ ସ୍ଥାନୀୟ ଦୋକାନୀ ଏବଂ ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରା ନଯିବା ନେଇ ଦୋକାନୀ ଏବଂ ବସ୍ତି ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛି। ଦୋକାନୀ ଏବଂ ବସ୍ତି ବାସିନ୍ଦା ଦିର୍ଘ ୫୦ ବର୍ଷ ଧରି ଏହି ଷ୍ଟେସନ ବଜାର ରେ ବାସସ୍ଥାନ କରିବା ସହିତ ଦୋକାନ କରି ପେଟ ପାଟଣା କରୁଥିଲେ କିନ୍ତୁ ଜବରଦଖଲ ଉଚ୍ଛେଦ ପରେ ତାଙ୍କ ପେଟପାଟଣା ସହିତ ବାସହରା ହୋଇଯାଇଛନ୍ତି । ଏଣୁ ତାଙ୍କର ଥଇଥାନ ନିମନ୍ତେ ସରକାରଙ୍କୁ ନିବେଦନ କରିଛନ୍ତି ।

Exit mobile version