କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗୁଡହାଣ୍ଡି ଟିମ୍ ପର୍ବତାରୋହୀଙ୍କୁ ସମ୍ବର୍ଦ୍ଧନା 

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଅଭିନବ ପ୍ରୟାସରେ ପ୍ରଥମ ଥର ପାଇଁ ଗୁଡହାଣ୍ଡି ପର୍ବତାରୋହୀ ଦଳ ହିମାଳୟ ପର୍ବତର ମାଉଣ୍ଟ ଋଦୁଗେରାକୁ ଚଢ଼ି ଏକ ନୂଆ ରେକର୍ଡ ସୃଷ୍ଟି କରିପାରିଛନ୍ତି। ଅକ୍ଟୋବର ୨୧ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିରେ ୧୫ ଜଣ ଛାତ୍ର ଏବଂ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦଳ ସଫଳତା ହାସଲ କରି ଅନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଦଳକୁ ଦିଲ୍ଲୀରେ ଡ଼ିଜି ଏନସିସି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଭୁବନେଶ୍ବରରେ ଉଚ୍ଚଶିକ୍ଷା ବିଭାଗର ସଚିବ ତଥା ସମାଜ ସମ୍ବାଦ ପତ୍ର ଏହି ଦଳକୁ ସ୍ବାଗତ କରିଥିଲେ ।

ଦଳଟି ଭବାନୀପାଟଣା ଷ୍ଟେସନରେ ପହଞ୍ଚିବା ପରେ କଳାହାଣ୍ଡି ତରଫରୁ ଶତାଧିକ ଛାତ୍ର ଛାତ୍ରୀ, ଏନସିସି କ୍ୟାଡେଟ ଓ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ମେଜର ଡକ୍ଟର ଜୟଦେବ ସାହୁ, ଡକ୍ଟର ମହାନା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଘୁମୁରା ଓ ବ୍ୟାଣ୍ଡ ସହ ସ୍ବାଗତ କରିଥିଲେ। ସେମାନେ ମା ମାଣିକେଶ୍ଵରୀଙ୍କ ଆଶୀର୍ବାଦ ନେବା ପରେ କଲେକ୍ଟର ଓ ଏସ ପି ଦ୍ଵାରା ସ୍ବାଗତ କରା କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ର ଛାତ୍ରୀ ପର୍ବତା ରୋହୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ।

ତାପରେ ପ୍ରେସ ମିଟରେ କୁଳପତି ପ୍ରଫେସର ଶତପଥୀ ଓ ସ୍ପୋର୍ଟସ ଡାଇରେକ୍ଟର ଡକ୍ଟର ଘନଶ୍ୟାମ ବେହେରା ଏହି ଦୁଃସାହସିକ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କୁଳପତି ପ୍ରଫେସର ଶତପଥୀ ସମସ୍ତ ପର୍ବତାରୋହୀଙ୍କୁ ବିଶ୍ଵବିଦ୍ୟାଳୟର ସମ୍ମାନ ବହୁଗୁଣିତ କରିଥିବାରୁ ସାଧୁବାଦ ଜଣାଇଥିଲେ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଘନଶ୍ୟାମ ବେହେରା, ଡକ୍ଟର ପ୍ରିୟରଞ୍ଜନ ବେହେରା ଓ ଡକ୍ଟର ନଳିନୀକାନ୍ତ ରଣା ସାମିଲ ହୋଇ ଥିଲେ।

Exit mobile version