ନଖରା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ସୁବାସ ଚନ୍ଦ୍ର ସାହୁଙ୍କ ପରଲୋକ

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ବିଏମସି ୪ନମ୍ବର ୱ।ର୍ଡ଼ ନଖରା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ସୁବାସ ଚନ୍ଦ୍ର ସାହୁ ( ୫୫) ବର୍ଷ ବୟସରେ ବୁଧବାର ଦିନ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟିର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ , ନଖରା ଗ୍ରାମର ମା,ଜାଗୁଳାଇ ଯୁବକ ସଂଘର ସଭାପତି ରୂପେ ବହୁ କାର୍ଯ୍ୟ କରିଥିଲେ ।

ତାଙ୍କ ପରଲୋକ ଖବର ପାଇ ନଖରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ୱର ରୁ ତାଙ୍କ ମରଶରୀର ନଖରା ବାସଭବନରେ ପହଞ୍ଚିବା କ୍ଷଣି ଚାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଲୋକଙ୍କ ଭିଡ଼ ଜମି ଥିଲା । ନଖରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ସୁଦାମ ଚରଣ ସିହୁ, ପୂର୍ବତନ ସରପଞ୍ଚ ନଳୀନ କୁମାର ସ୍ୱାଇଁ, ଶରତ ସାହୁ, ହେମନ୍ତ କୁମାର ସାହୁ,

ସୁରେନ୍ଦ୍ର ସାହୁ, ଧିରେନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ସାହୁ ,ବିଜେଡି ଯୁବନେତା ଅକ୍ଷୟ କୁମାର ଲେଙ୍କା ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ମଶାଣୀକୁ ନିଆଯାଇ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା । ତାଙ୍କର ଝିଅ ସୁଲଗ୍ନା ଶ୍ରୀ ସୋନାଲ ସାହୁ ମୁଖାଗ୍ନି ଦେଇଥିଲେ । ସାନ ଭାଇ ସୁକାନ୍ତ ଚନ୍ଦ୍ର ସାହୁ ସମସ୍ତ କାର୍ଯ୍ୟ କରିଥିଲେ ।

Exit mobile version