ବିକାଶ ପ୍ରକଳ୍ପର ନାମ ଶ୍ରୀ ଦକ୍ଷେଶ୍ବର ଭଗବତୀ ପ୍ରକଳ୍ପ ରଖାଯାଉ

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ରାଜ୍ୟ ଦେବୋତ୍ତର ଆୟୂକ୍ତ ଙ୍କ ମାନାଙ୍କ ରେ ଇଣ୍ଡେକ୍ସ ନଂ ୩୭୬ପି ମୁତାବକ ବାଣପୁର ଆଧ୍ୟାତ୍ମିକ କ୍ଷେତ୍ର ର ନାମ ଶ୍ରୀ ଦକ୍ଷେଶ୍ବର ଭଗବତୀ ପୀଠ ରଖା ଯାଇଥିବା ବେଳେ ଏବଂ ଏହା ଇତିହାସ ଓ ଶାସ୍ତ୍ର ସମ୍ମତ ଥିବା ସ୍ଥଳେ ଏହି କ୍ଷେତ୍ରର ବିକାଶ ପାଇଁ କେବଳ ମା ଭଗବତୀ ମନ୍ଦିର ର ସମନ୍ଵିତ ବିକାଶ ନାମରେ ଯୋଜନା ପ୍ରସ୍ତୁତ ହୋଇ ରାଜ୍ୟ ସେତୁ ନିର୍ମାଣ ନିଗମ ଦ୍ଵାରା ଏହି କାର୍ଯ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ବାଣପୁର ର ଐତିହ୍ୟ ଗବେଷକ ତଥା ସୂଚନା କର୍ମୀ ମଦନ ମୋହନ ମହାପାତ୍ର ଏଥିପାଇଁ ଆପତ୍ତି ଉଠାଇ ପ୍ରକଳ୍ପର ନାମ ଶ୍ରୀ ଦକ୍ଷେଶ୍ବର ଭଗବତୀ ପ୍ରକଳ୍ପ ନାମକୁ ପରିବର୍ତ୍ତିତ କରାଯିବା ପାଇଁ ଦାବୀ ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ର ପ୍ରଥମ ଆବେଦନ କର୍ତ୍ତୃପକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ର ସ୍ଵତନ୍ତ୍ର ସଚିବ ଲାଲା ମନୋଜ କୁମାର ରାୟଙ୍କ ନିକଟରେ ପ୍ରମାଣ ସହ ଦ୍ରୃଢ ଯୁକ୍ତି ଓ ମତ ଉପସ୍ଥାପିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ଚିଠି ନଂ ୪୭୧୩/ତା୭-୧୦-୨୦୨୩ ଆଧାର ରେ ଗତ୪-୧୧-୨୩ତାରିଖରେ ହାଜର ହୋଇ ଶ୍ରୀ ମହାପାତ୍ର ଶ୍ରୀ ଦକ୍ଷେଶ୍ବର ଭଗବତୀ ଟ୍ରଷ୍ଟ ଵୋର୍ଡ ନାମରେ ଥିବା ସମସ୍ତ ଜମି ଜମା ଦଲିଲ୍ ର ନକଲ ସହ ନିର୍ମାଣାଧୀନ ଦାଶରଥି ପୁର ମୈ।ଜାର ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ଜମିର ରେକର୍ଡ ସହ ସେବାୟତଙ୍କ ନିଷ୍କର ଜାଗିରୀ ରେକର୍ଡ ରୁ ପ୍ରାମାଣିକ ଦସ୍ତାବିଜ ଦାଖଲ କରିଛନ୍ତି ।

ଏଥି ସହ ତ୍ରୟୋଦଶ ଶତାବ୍ଦୀର କପିଳ ସଂହିତା ବର୍ଣ୍ଣିତ ଦକ୍ଷେଶ୍ବର ମାହାତ୍ମ୍ୟ ପ୍ରସଙ୍ଗର ପଞ୍ଚ ତ୍ରିଶ ଅଧ୍ୟାୟରେ ବର୍ଣ୍ଣିତ ଦକ୍ଷେଶ୍ବର ଭଗବତୀ ଯୁଗ୍ମ ଉପାସନା ର ଲୈଖିକ ପ୍ରାମାଣିକ ଦସ୍ତାବିଜ ମଧ୍ୟ ଦାଖଲ କରିଛନ୍ତି।୬ଷ୍ଠ ଶତାବ୍ଦୀର ପ୍ରାଚୀନ ଶୈଳୋଦ୍ଭବ ଶାସନ ସମୟରେ ମାଧଵରାଜ ଓ ଧର୍ମରାଜ ଙ୍କ ପ୍ରଦତ୍ତ ବାଣପୁର ତାମ୍ର ଶାସନରେ ବର୍ଣିତ ଶିବ ଓ ଶକ୍ତିଙ୍କ ର ଯୁଗ୍ମ ବନ୍ଦନା ସମ୍ଵଧୀୟ ନଥି ମଧ୍ୟ ପ୍ରଦାନ କରିଛନ୍ତି । ରାଜଧାନୀ ଵଙ୍କାଡର ମୁଖ୍ୟ ମହାକାଳ ମନ୍ଦିରର ପାଞ୍ଚ ଧାଡ଼ି ର ଶିଳାଲେଖ ର ପାଠୋଦ୍ଧାର ତଥ୍ୟ ଉପସ୍ଥାପନ କରି ବାଣପୁର ର ପ୍ରାଚୀନ ଐତିହ୍ୟ ଓ ସସ୍କୃତି ର ସୁରକ୍ଷା ଓ ମାନ୍ୟତା ପାଇଁ ଦ୍ରୃଢ ଦାବୀ କରି ବିକାଶ ପ୍ରକଳ୍ପର ନାମ ଶ୍ରୀ ଦକ୍ଷେଶ୍ବର ଭଗବତୀ ପ୍ରକଳ୍ପ ରଖିବାକୁ ଶ୍ରୀ ମହାପାତ୍ର ସରକାର ଙ୍କ ପାଖରେ ନିବେଦନ ରଖିଛନ୍ତି । ଏହାକୁ ବାଣପୁର ଵାସୀ ବୁଦ୍ଧିଜୀବୀ ସ୍ଵାଗତ କରିବା ସହ ସରକାର ଙ୍କ ପଦକ୍ଷେପ ର ପ୍ରତୀକ୍ଷା ରେ ଅଛନ୍ତି ।

Exit mobile version