ଡିସିସି ପ୍ରେସବାର୍ତା ୭ ନଭେମ୍ବର ରଣପୁର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପିସିସି ତଥ୍ୟ ଅନୁଧ୍ୟାନକାରୀ ଦଳ ମୃତକ ପରିବାରକୁ ଭେଟିଲେ : ନଷ୍ଟ ଧାନଖେତ ବୁଲିଦେଖିଲେ 

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :->  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ.ନୟାଗଡ ଜିଲ୍ଲା ରଣପୁର ତହସିଲ ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଶୋକସନ୍ତପ୍ତ ପରିବାରସ୍ୱଜନଙ୍କୁ ଭେଟି ଆତ୍ମହତ୍ୟା ର କାରଣ ସମ୍ପର୍କରେ ପଚାରି ବୁଝିଥିଲେ l ପ୍ରାୟ ୨ ଲକ୍ଷ୍ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ଲୋନ ଏବଂ ହାତଉଧାରୀ କରି ଅଢେଇ ଏକର ଜମି ଚାଷ କରିଥିଲେ କିନ୍ତୁ ଜଳାଭାବ ଜନିତ ଧାନ ଫସଲ ନଷ୍ଟ ହୋଇଯିବାରୁ ମାନସିକ ଚିନ୍ତାଗ୍ରସ୍ତ ହୋଇ ଜମି ପାଖରେ ଥିବା ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ବିଧବା ପତ୍ନୀ ଗେଲି ସାହୁ ଏବଂ ବଡ ପୁଅ ବିକ୍ରମ ପିସିସି ତଥ୍ୟ ଅନୁଧ୍ୟାନ କମିଟି ଆଗରେ ପ୍ରକାଶ କରିବା ପରେ ଘରୋଇ କଳିରୁ ଗୋବିନ୍ଦ ଆତ୍ମହତ୍ୟା କରିଥିବା ନୟାଗଡ ଜିଲ୍ଲପାଳଙ୍କ ଗଣମାଧ୍ୟମ ବିବୃତି କୁ ଦାୟିତ୍ୱହୀନ ମନ୍ତବ୍ୟ କହି ତୀବ୍ର ନିନ୍ଦା କରିଛି l

ସ୍ଥାନୀୟ ତହସିଲଦାର ମୃତ୍ୟୁ ର ତିନିଦିନ ପରେ ବି ମୃତକ ପରିବାର କୁ ନଭେଟିବା ଏବଂ ମରୁଡି ପ୍ରପୀଡ଼ିତ ଧାନ ଜମିକୁ ଦେଖି ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି କମିଟି ଅଧ୍ୟକ୍ଷ୍ୟ ବିଭୁତି ଭୂଷଣ ମିଶ୍ର କହିଛନ୍ତି  l ପିସିସି କମିଟି ମୃତକ ଗୋବିନ୍ଦ ପୁଅ ବିକ୍ରମଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଧାନଫସଲ ନଷ୍ଟ ହୋଇଯାଇ ଥିବା କ୍ଷେତକୁ ଯାଇ ଦେଖିଥିଲେ l ଆଠ ଜଣିଆ କମିଟି ରେ ପିସିସି ଉପସଭାପତି ତଥା ନୟାଗଡ ଜିଲ୍ଲା ପ୍ରଭାରୀ ବିଭୁତିମିଶ୍ର,ରାଜ୍ୟ କିସାନ ସେଲ ଅଧ୍ୟକ୍ଷ୍ୟ ଅମୀୟ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ,

ରାଷ୍ଟ୍ରୀୟ ଯୁବ ମଜଦୁର କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସଭ୍ୟ ହୁସେନ ଖାନ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧୂର୍ବ ଚରଣ ପରିଡା,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶ, କଂଗ୍ରେସ ନେତା ମନୋଜ ସାହୁ, ରଣପୁର ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ପାଇକରାୟ, ନଗର ସଭାପତି ସତ୍ୟରଞ୍ଜନ ମତ୍ତା, ବାଦଲ ପ୍ରଧାନ oପ୍ରମୁଖ ଘଟଣାସ୍ଥଳ କୁ ଯାଇଥିଲେ l  ରାଜ୍ୟର ୩୫% ଚାଷଜମି କୁ ଜଳସେଚିତ କରାଇବା ପାଇଁ ବିଜେଡି ସରକାର ପ୍ରତିଶୃତି ପୂରଣ କରିବାରେ ବିଫଳ ପାଇଁ ଆଜି ଚାଷୀ ଆତ୍ମହତ୍ୟା କରୁଛନ୍ତି  l ରଣପୁର ବ୍ଲକକୁ ମରୁଡିଗ୍ରସ୍ତ ଜିଲ୍ଲା ଘୋଷଣା ପାଇଁ ପିସିସି କମିଟି ଦାବୀ କରିଛନ୍ତି  l

Exit mobile version