ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ନୁତନ ଶ୍ରେଣୀ ଗୃହ ଉଦଘାଟିତ

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଉଦଘାଟନ ଋତ୍ସବ ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ନବ ଚରଣ ମାଝି । ତାଙ୍କ କରକମଳରେ ନୂତନ ଶ୍ରେଣୀ ଗୃହ ର ବିଦିବଧ ଭାବେ ଶୁଭ ଉଦଘାଟନ କରିଥିଲେ । ଉକ୍ତ ଶ୍ରେଣୀ ଗୃହ ଟି ତାଙ୍କ ବିଧାୟକ ପାଣ୍ଠିରୁ ଅନୁଦାନ ରୁ ଶ୍ରେଣୀ ଗୃହ ନିର୍ମାଣ କରାଯାଇ ଥିଲା ।

ଆଜି ଅଧ୍ୟକ୍ଷ ରବିଶଙ୍କର ସତପଥି,ଆବାହକ ବିଜୟ କୁମାର ରାମ, ଅଧ୍ୟାପିକା ରାଜଶ୍ରୀ ଦାସ, ସମାଜ ସେବୀ ନବୀନ ରାମ ଓ କଲେଜ କର୍ମଚାରୀମାନଙ୍କ ଉପସ୍ଥିତିରେ ବିଧାୟକ ଧୂପ ଦୀପ ନଡ଼ିଆ ସହିତ ନିଜ କରକମଲରୁ ଫିତା କାଟି ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କୁ ସମର୍ପଣ କଲେ ।

ପରେ ଶତାଧିକ ଛାତ୍ରୀମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷଙ୍କ ସଭାପତିତ୍ବ ରେ ଏକ ସଭା ଆୟୋଜିତ ହୋଇ ଥିଲା। ରାଜଶ୍ରୀ ଦାସ ସ୍ଵାଗତ ଅଭିଭାଷଣ ପରେ ରବିଶଙ୍କର ସତପଥି କଲେଜ ପ୍ରତି ବିଧାୟକଙ୍କ ଅବଦାନ ଉପରେ ମତବ୍ୟକ୍ତ କରିଥିଲେ। ବିଧାୟକ ଶ୍ରୀଯୁକ୍ତ ନବଚରଣ ମାଝି କଲେଜ ପ୍ରତି ତାଙ୍କର ଭାବନା ଉଜାଗର କରି ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ଯ ରେ ପୁଣି କିଛି କରିବାର ବିଚାର ବ୍ୟକ୍ତ କରିଥିଲେ ।

ନବୀନ ରାମ ତାଙ୍କର ବକ୍ତବ୍ଯରେ ନାରୀ ଶିକ୍ଷାର ମହତ୍ବ ବଖାଣିଥିଲେ। ସଂଯୋଜକ ବିଜୟ କୁମାର ରାମ ସଭା ପରିଚାଳନା କରିଥିଲେ।ଅଧାପକ ରାଜୀବ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ତରଫ ରୁ କାର୍ମି ହାଁସଦା ବିଶେଷ ଧନ୍ୟବାଦ ଦେଇ ଥିଲେ । ଯଶୋଧରା ମହାନ୍ତ, ରାଜେନ୍ଦ୍ର ମଣ୍ଡଳ, ତୃପ୍ତିଲତା ମହାନ୍ତ, ସହିତ କଲେଜ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ ଆୟୋଜିତ କାର୍ଯ୍ୟକ୍ରମ ହୋଇ ଥିଲା ।

Exit mobile version