୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର ବ୍ଲକ :-> ଚଳିତ ବର୍ଷ ଘୋର ବର୍ଷା ଅଭାବ ଯୋଗୁଁ ରଣପୁର ବ୍ଲକ ରେ ମରୁଡି ଦେଖା ଦେଇଛି। ବର୍ଷା ପାଣିରେ ନିର୍ଭର ଧାନ ଚାଷ ଜମି ଗୁଡିକ ଫାଟି ଆଁ କଲା ବେଳେ ଧାନ ଗଛ ଗୁଡିକ ଜଳି ଠିଆ ହୋଇଛି।ସେହିଭଳି ରଣପୁର ଅଞ୍ଚଳରେ ଥିବା ଭେଟବର,ସାପୁଆଣି ଓ ବାଞ୍ଛା ବନ୍ଧ ଆଦିରେ ଜଳ ଅଭାବ ଯୋଗୁଁ ଜଳ ସେଚନ ନ ହେବାରୁ ଥୋଡ଼ ଧାନ ଗଛ ଗୁଡିକ ଆପେ ଆପେ ଶୁଖିବାକୁ ବସିଲାଣି । ଧାନ ଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ।ରଣପୁରର ଚାଷୀକୂଳ ଆଜି ହାଁ କରି ମୁଣ୍ଡରେ ହାତ ଦେଇ ବସିଛି ।
ଏଥିପାଇଁ ସ୍ଥାନୀୟ ପ୍ରଶାସନର ବ୍ୟଗ୍ରତା ନାହିଁ।ଠିକ ଏହି ସମୟରେ ନିଜ ବିଲକୁ ମରୁଡି ଦାଉରୁ ରକ୍ଷା କରି ପାରି ନଥିବା ରଣପୁର ବ୍ଲକ ଅଧିନସ୍ତ ଜଙ୍କିଆ ଗ୍ରାମ ପଞ୍ଚାୟତ ଓସ୍ତପଡା ଗ୍ରାମର ଗରୀବ ଭାଗ ଚାଷୀ ଗୋବିନ୍ଦ ସାହୁ ,ବୟସ -୬୫ ପି.-ଲକ୍ଷ୍ମଣ ସାହୁ ରାଶି ଲଗାଇ ଗତ ତା-୫-୧୧-୨୦୨୩ ରିଖ ରବିବାର ଦିନ ଅପରାହ୍ନ ରେ ଆତ୍ମ ହତ୍ୟାକରିଛନ୍ତି। ଖବର ପାଇ ଆମ ପାର୍ଟିର ପ୍ରତିନିଧି ମଣ୍ଡଳୀ ସାଥୀ ନିତ୍ୟାନନ୍ଦ ପରିଡା ଓ ସୁଶୀଲ ମହାନ୍ତି ଗତ ୬ ନଭେମ୍ବର ରେ ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।