ଓଡ଼ିଶା ମିଲେଟ ମିଶନ ପ୍ରସ୍ତୁତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ପାଇଁ : ଅନ୍ତର୍ଜାତୀୟ ମିଲେଟ୍ସ ଆନ୍ଦୋଳନ ଲକ୍ଷ୍ୟରେ ଆଏ ଏକ ପାଦ

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଗତ ବର୍ଷ ମିଲେଟ ଦିବସ ପାଳନ କରିଥିବା ଓଡିଶା ମିଲେଟ୍ସ ମେିଶନ ଠିକ ବର୍ଷକ ପରେ ଏହି ଯାତ୍ରାକୁ ପରବର୍ତୀ ପର୍ଯ୍ୟାୟକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓଡିଶାର ପ୍ରତିଟି ହୃଦୟରେ ଆଗାମୀ ଦୁଇଦିନ ପାଇଁ ମିଲେଟ୍ସ ସମିଳନୀ ଭରିଦେବ ଏକ ନୂତନ ଚମକ । ଓଡିଶା ମିଲେଟ୍ସ ମିଶନ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଏକ ଭବ୍ୟ ଓ ବିଶାଳ ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ ଆୟୋଜନ କରୁଅଛି ଯାହାର ଥିମ ହେଉଛି ମିଲେଟ୍ସ – ‘ଆଧୁନିକ ଅହ୍ୱାନ ପାଇଁ ପ୍ରାଚୀନ ଶସ୍ୟ’ । ଏଥିରେ ସ୍ଥାନୀୟ ଚାଷୀ, ମାତୃ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଏବଂ ।ାହୁରି ଅନେକଙ୍କର ଯୋଗଦାନ ମିଲେଟ୍ସ ଗ୍ରହଣୀୟତା ଉପରେ ପ୍ରମୁଖ ପ୍ରଭାବ ପକାଇବ ।

କାଳ କାଳରୁ ଏହି ଫସଲଗୁଡିକର ଖାଦ୍ୟ ଉପକାରିତାକୁ ବହୁଳ ଭାବରେ ବ୍ୟବହାରରେ ପରିବର୍ତିତ କରିବାପାଇଁ ୨୦୧୭ ମସିହାରେ ଓଡିଶା ମିଲେଟ୍ସ ମିଶନ ଗଠନ କରାଯାଇଥିଲା । ବିଶେଷକରି ଓଡିଶାର ଜନଜାତି ସମୁଦାୟ ଏହି ଉତ୍କୃଷ୍ଟ ଶସ୍ୟକୁ ସାଇତି ରଖିଛନ୍ତି କାରଣ ସମୟ ସମୟରେ ଏହାହିଁ ସେମାନଙ୍କ ଆବଶ୍ୟକତାରେ ପରିବର୍ତିତ ହେବା ସହ ବଂଚିବାତ ଏକମାତ୍ର ଏତ୍ସ ହୋଇଥାଏ । ଏହି ବିବିଧତା ପୂର୍ଣ୍ଣ ସଂଜ୍ଞା ଏବଂ ଶିଳ୍ପ ଅଗ୍ରଣୀ ପଦକ୍ଷେପ ସହିତ, ଓଡିଶା ମିଲେଟ୍ସ ମିଶନ ରାଜ୍ୟର ମିଲେଟ୍ସ ସମ୍ଭାବନାକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ।

୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍‌ସ ବର୍ଷ ଭାବରେ ସ୍ୱୀକୃତି ଦେବା ପରେ ମିଳିତ ଜାତିସଂଘ ଓ ଏଫଏଓ ଏହି ସୁପରଗ୍ରେନ ଉପରେ ତୀକ୍ଷଣ ଦୃଷ୍ଟି ରଖିଛି । ଏଣୁ ଏହାର ବିଶ୍ୱବ୍ୟାପୀ ଗ୍ରହଣୀୟତା ଓ ଚାହିଦା ବୃଦ୍ଧି ହେବାରେ ଲାଗଛି । ଓଡିଶା ମିଲେଟ୍ସ ମିଶନ ଭବିଷ୍ୟତରେ ମିଲେଟ୍ସର ସ୍ୱରୂପ କିପରି ରହିବ ଏବଂ ଆଗାମୀ ପିଢିର ଖାଦ୍ୟପେୟ ଆବଶ୍ୟକତାରେ ଏହାର ଭୂମିକା କେମିତି ରହିବ ସେସବୁ ଦିଗ ପ୍ରତି ଯଥେଷ୍ଟ ନଜର ରଖିଛି ।

ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ ଏହାର ସାଂସ୍କୃତିକ ମୂଳ ଜନଜାତି ପରମ୍ପରାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଚୁର ପରିମାଣରେ ପ୍ରାଧାନ୍ୟ ଦେବା ସହ ଅବିଚ୍ଛେଦୟ ଅଙ୍ଗ ଭାବରେ ବିବେଚନା କରିବ । ଜନଜାତି ମାନଙ୍କର ମିଲେଟ୍ସ ଉପରେ ଜ୍ଞାନ ତଥା ବି୨ବି ରାଉଣ୍ଡ ଟେବୁଲ ସମ୍ମିଳନୀରେ ମିଲେଟ୍ସ, ଏଫପିଓ ଓ ଅନ୍ୟାନ୍ୟ ସଙ୍ଗଠନ ମଧ୍ୟରେ ଯୋଗସୂତ୍ର ବୃଦ୍ଧି ଆଦି ବିଷୟ ପ୍ରତି ଯଥେଷ୍ଟ ଯତ୍ନବାନ ରହିବ । ଏହି ସମ୍ମିଳନୀ ନୀତି ନିର୍ଦ୍ଧାରକଙ୍କ ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ଯାହା ସ୍ଥାନୀୟ ଜନ ସାଧାରଣଙ୍କ ଜୀବିକା ନିର୍ବାହରେ ସାହାଯ୍ୟ କରିବ ।

ଚାଷୀମାନଙ୍କ ପାଇଁ ବୈଷୟିକ ଏବଂ ବ୍ୟବହାରିକ ପ୍ରଦର୍ଶନ, ଅନ୍ତର୍ଜାତୀୟ ମିଲେଟ ଖାଦୟ ମହୋତ୍ସବ, ବ୍ୟବସାୟ ଅଧିବେଶନ, କଳା ଏବଂ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିକାଶ ଖନ୍ନାଙ୍କ ଭଳି ଆନ୍ତର୍ଜାତିକ ସେଫ୍ ଓ ତିନିଥର ଗ୍ରାମି ବିଜେତା ରିକି କେଜ୍‌ଙ୍‌କ ଉପସ୍ଥିତି କାର୍ଯ୍ୟକ୍ରମକୁ ଯଥେଷ୍ଟ ସରସ ସୁନ୍ଦର କରି ତୋଳିବ । ୨୦୧୭ରେ ଗଠନ ହେବା ପରଠାରୁ ଓଡିଶା ମିଲେଟ୍ସ ମିଶନ ମିଲେଟ୍ସ ବ୍ୟବହାର ଏବଂ ନାଗରିକ ଦିବସରେ ଏହାର କାର୍ଯ୍ୟକଳାପ ଜାରି ରଖିଛି । ଏହି ପ୍ରସଙ୍ଗରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବା ଅତ୍ୟନ୍ତ ସ୍ପର୍ଷକାତର କାର୍ଯ୍ୟ ହୋଇଥିବାବେଳେ ଓଡିଶା ମିଲେଟ୍ସ ମିଶନ ଆଉ ଏକ ବିଜୟର ମୁହୂର୍ତ୍ତ ଘରକୁ ଆଣିବାପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ।

Exit mobile version