ବିଶ୍ୱ ଶାନ୍ତି ସରୋବର ର ୧୯ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :->  ଓଡିଶା ବ୍ରହ୍ମ କୁମାରୀର ସୁବର୍ଣ୍ଣ ଜୟନ୍ତୀ ପାଳନ ସହିତ, ଫୁଲନଖରା ନିକଟସ୍ଥ ଅନନ୍ତପୁର ଠାରେ ଥିବା ବିଶ୍ୱ ଶାନ୍ତି ସରୋବର ର, ୧୮ ତମ ପ୍ରତିଷ୍ଠା ଦିବସ ଏବଂ ୧୯ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ମଙ୍ଗଳବାର ଦିନ ବିଶ୍ୱ ଶାନ୍ତି ସରୋବରରେ ପାଳିତ ହୋଇଯାଇଛି । ଭଉଣୀ ବି କେ ପ୍ରତିଭା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଭାଇ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ,

ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ପ୍ରତିଭା ମହାରଥୀ ମୁଖ୍ୟ ବକ୍ତା , ରାଜୟୋଗୀନ ଭଉଣୀ ବି କେ ସୁଲୋଚନା, ଡ଼ଃ ରାଜୟୋଗୀନ ବି କେ କମଲେଶ ଦିଦି, ବି କେ ଦେବସ୍ମୀତା, ରଞ୍ଜୁ ଭଉଣୀ, ମଞ୍ଜୁ ଭଉଣୀ, ବି କେ ଫକୀର ମୋହନ, ବି କେ ସ୍ନେହ। ,ବି କେ ସରିତା ପ୍ରମୁଖ ଉଦବୋଧନ ଦେଇଥିଲେ । ବି କେ ନିବେଦିତା ସଂଗୀତ ଗାନ କରିଥିଲେ ।

ବି କେ ଦେବଜାନୀଙ୍କ ଗୃପ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବି କେ ସଚୀ ଧନ୍ୟବାଦ ଦେଇଥିଲେ । ବିଶ୍ୱ ଶାନ୍ତି ସରୋବର ରେ ସଦାସର୍ବଦା କାର୍ଯ୍ୟ କରି ଆସୁଥିବା ସ୍ଥାନୀୟ ଅଞ୍ଚଳର ୧୮ ଗୋଟି ଗ୍ରାର ମୁଖୀଆଙ୍କୁ ଉତ୍ସବ ରେ ସମ୍ମାନିତ କରାଯାଇଥିଲା । ଏଥିରେ ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ ।

Exit mobile version