Home ଓଡ଼ିଶା ବିଜେଡିର ବରିଷ୍ଠ ନେତା, ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଜେଡିର ବରିଷ୍ଠ ନେତା, ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଭୋର୍ ୩ଟା ୨୫ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏଥିସହ ଓଡ଼ିଶାର ସାଧାରଣ ଜୀବନରୁ ଆଉ ଜଣେ ଲୋକପ୍ରିୟ ନେତା ଅପସରି ଯାଇଛନ୍ତି । ତାଙ୍କ ବିୟୋଗ ରାଜନୈତିକ ମହଲର ବିଶେଷ କରି ତାଙ୍କର ଜନ୍ମମାଟି ପୁରୀରେ ଶୋକର ଛାୟା ଖେଳାଇ ଦେଇଛି । ମହେଶ୍ୱର ମହାନ୍ତି ଗତ ନିର୍ବାଚନରେ ହାରିଥିଲେ ମଧ୍ୟ ମନ ତାଙ୍କର ହାରି ନଥିଲା । ପୁରୀବାସୀଙ୍କ ସୁଖଦୁଃଖରେ ନିଜକୁ ସାମିଲ ରଖିଥିଲେ । ପ୍ରତିଦିନ କୌଣସି ନା କୌଣସି ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଗତ ୧ ତାରିଖରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ସାରି ବିଳମ୍ବିତ ସଂଧ୍ୟାରେ ସେ ଘରକୁ ଫେରିଲା ପରେ ଭୀଷଣ ଅସୁସ୍ଥ ଅନୁଭବ କରି ଚେତାଶୂନ୍ୟ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଣାଯାଇ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁର ରହି ଚିକିତ୍ସିତ ହେଉଥିଲେ ମଧ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା । ଗତକାଲି ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଯାଇଥିଲା । ୧୯୫୬ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ଭଲ ପାଠ ପଢିବା ସହ ଛାତ୍ର ରାଜନୀତିରେ ରୁଚି ରଖିଥିଲେ । ପୁରୀ ଏସସିସି କଲେଜର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ଏମଏ କରିଥିଲା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ଏନଏସିରୁ କାଉନସିଲର ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୮୫ରୁ ୧୯୯୦ ଏବଂ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ସେ ପୁରୀ ଏନଏସିର ଅଧ୍ୟକ୍ଷ ଥିଲେ । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ପୁରୀରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୦ ମସିହାରୁ ସେ ୨୦୧୯ ପର୍ଯ୍ୟନ୍ତ ଏହିଭଳି ୫ ଥର ସେ ଲଗାତର ପୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ରହିଥିଲେ । ପରବର୍ତ୍ତୀ ସମୟରେ ସେ ଏକାଧିକ ଥର ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଆଇନ, ଯୋଜନା ଓ ସମନୟ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ ସ୍ୱର୍ଗତ ମହାନ୍ତି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ମହେଶ୍ୱରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କେୟାର ହସ୍ପିଟାଲ୍ ରେ ରାଜନୈତିକ ଦଳର ନେତୃବୃନ୍ଦ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ପ୍ରବଳ ଭିଡ଼ ହୋଇଛି । କିଛି ସମୟ ମଧ୍ୟରେ ତାଙ୍କର ମୃତଦେହକୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଅଣାଯିବ । ଏହାପରେ ବିଧାନସଭା ପରିସର ଏବଂ ସେଠାରୁ ଶଙ୍ଖ ଭବନ ନିଆଯିବ । ସେଠାରୁ ସିଧା ପୁରୀ ତାଙ୍କ ବାସଭବନକୁ ନିଆଯାଇ ଜନସାଧାରଣଙ୍କ ଶେଷଦର୍ଶନ ନିମନ୍ତେ ରଖାଯିବ । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । Categories: ଓଡ଼ିଶା, ପୁରୀ, ମହାନଗର, ହୋମ୍ Related Content ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026