କାହିଁକି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ର୍ଦୁବ୍ୟବହାର ଦେଖାଇଲେ : ବନାଞ୍ଚଳ ଅଧିକାରୀ ଶ୍ରୀମତୀ ମାଝୀ

ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ : ବନାଞ୍ଚଳ ଅଧିକାରୀ ମନା କରିବା ସହ ଦୃବ୍ୟବହାର କରିଛନ୍ତି – ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝୀ 

ଅଧିକାରୀ ସୁମନ ମାଝୀ କାର୍ଯ୍ୟାଳୟ ରେ ବସି କାହା ସହିତ ଫୋନରେ କଥାବାର୍ତ୍ତା ହେଉଥିଲେ ।

ଯଦି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସେ ଏଭଳି ବ୍ୟବହାର କରୁଛନ୍ତି ତା’ହେଲେ ସାଧାରଣ ଜନତାଙ୍କୁ କି ପ୍ରକାର ବ୍ୟବହାର କରୁଥିବେ.

ଯଦି ସତ୍ୟ ତେବେ ବାଇକ୍, ଫାସ, ଓ ଅଟକ ଥିବା ବ୍ୟକ୍ତି ଗଲେ କୁଆଡେ ।

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :->  ସାମ୍ବାଦିକ ଙ୍କୁ ଅଫିସ ମନାକଲେ ଗଣିଆ ବନାଞ୍ଚଳ ଅଧିକାରୀ, ୬-୧୧-୨୦୨୩ରିଖ ସକାଳେ  ଓ ଟିଭି ରେ ପ୍ରସାରଣ ହୋଇଥିଲା ଯେ ଗଣିଆ ଥାନା କିଶୋର ପ୍ରସାଦ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୨ଟି ବାଇକ ସହ ବାରହା ଫାସ ଜବତ ଓ ଜଣେ ଅଟକ ଘଟଣା । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଭାପତି ତଥା କାମୟାବ ଟିଭିର ସାମ୍ବାଦିକ ଅଖିଳ ବିହାରି ପାଣିଗ୍ରାହୀ ଏବଂ କଳିଙ୍ଗ ୨୪ନ୍ୟୁଜର ସାମ୍ବାଦିକ ସରୋଜ କୁମାର ଦାଶ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ ।

ଅଧିକାରୀ ସୁମନ ମାଝୀ କାର୍ଯ୍ୟାଳୟ ରେ ବସି କାହା ସହିତ ଫୋନରେ କଥାବାର୍ତ୍ତା ହେଉଥିଲେ । ସାମ୍ବାଦିକ ମାନେ ପ୍ରାୟ ଅଧଘଣ୍ଟା ବାହାରେ ଅପେକ୍ଷା କଲା ପରେ ମଧ୍ୟ ଦେଖାଦେଲେ ନାହିଁ । ଶେଷରେ ସଭାପତି ଶ୍ରୀ ପାଣିଗ୍ରାହୀ ଅଫିସ ଦ୍ଵାର ପାଖରେ ଠିଆହୋଇ ଦେଖାଦେବା ପାଇଁ ଅନୁମତି ମାଗିଥିଲେ ମଧ୍ୟ ଶ୍ରୀମତୀ ମାଝୀ ମନାକରି ଦେଇଥିଲେ । କଣ ପଚାରିବାର ଅଛି ସେଠାରୁ ପଚାର, ନଚେତ୍ ଜଣେ ଆସି ମୋ ସହିତ କଥାବାର୍ତା କର ।

ଉଚ୍ଚ ସ୍ଵରରେ କିଛି କୁହନାହିଁ, ନଚେତ୍ ମୁଁ ଯାହା କରିବା କଥା କରିବି କହି ବିଦାୟ କରି ଦେଇଥିଲେ । ଯଦି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସେ ଏଭଳି ବ୍ୟବହାର କରୁଛନ୍ତି ତା’ହେଲେ ସାଧାରଣ ଜନତାଙ୍କୁ କି ପ୍ରକାର ବ୍ୟବହାର କରୁଥିବେ ତାହା ଅନୁମାନ କରାଯାଇପାରେ । ଓଟିଭି ରେ ବାହାରିଥିବା ଖବରର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉ । ଯଦି ସତ୍ୟ ତେବେ ବାଇକ୍, ଫାସ, ଓ ଅଟକ ଥିବା ବ୍ୟକ୍ତି ଗଲେ କୁଆଡେ । ଜନସାଧାରଣଙ୍କ ମନରେ ସନ୍ଦେହ ଯେ ଓଟିଭି ରେ ବାହାରିଥିବା ଖବର ସତ୍ୟ ନା ମିଥ୍ୟା ।

ତେବେ ଦାୟିତ୍ଵ ରେ ଥିବା ଅଧିକାରୀ ଉକ୍ତ ଘଟଣା ର ଅଭିଯୁକ୍ତ ଓ ଜବତ ହୋଇଥିବା ସାମଗ୍ରୀ କୁ ନ ଦର୍ଶାଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ର୍ଦୁବ୍ୟବହାର ଏକ ନିନ୍ଦନୀୟ ଘଟଣା । ଏହି ଭଳି ବ୍ୟବହାର ସାଧାରଣ ଜନତା ଙ୍କ ଉପରେ କି ପ୍ରଭାବ ପକାଇବ ତାହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାମ୍ବାଦିକ ଙ୍କ ପକ୍ଷରୁ ଦାବୀ ହୋଇଛି ।

 

 

Exit mobile version