ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ଉଦଯାପିତ

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ସତର୍କତା ସଚେତନତା ସପ୍ତାହ ଶେଷ ହୋଇଯାଇଛି । ସତର୍କତା ସଚେତନତା ସପ୍ତାହ-୨୦୨୩ର ବିଷୟବସ୍ତୁ ହେଉଛି “ଦୁର୍ନୀତି ପାଇଁ ନା, ଜାତି ପ୍ରତି ପ୍ରତିବଦ୍ଧତା”

ଏହି ବିଷୟବସ୍ତୁକୁ ଆଧାର କରି, ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା ସପ୍ତାହରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା . ଏକ ସେମିନାର ଆୟୋଜନ କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବିଭିନ୍ନ ଦିଗ ଏବଂ ସେମାନଙ୍କୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।  ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା .

କର୍ମଚାରୀ ମାନଙ୍କ ପାଇଁ ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରଯାଇଥିଲା । ବିଭିନ୍ନ ରେଳ ଷ୍ଟେସନରେ ପଥ ପ୍ରାନ୍ତ୍ୟ ନାଟକ ମାଧ୍ୟମରେ, ସାଧାରଣ ଲୋକଙ୍କ ମଧ୍ୟରେ,ସମସ୍ତ କାର୍ଯ୍ୟକୁ ସଚ୍ଚୋଟ ଏବଂ ସ୍ୱଚ୍ଛ ଭାବରେ କରି ଦୁର୍ନୀତି ଦୂର କରିବାକୁ, ସଚେତନତା ସୃଷ୍ଟି କରାଯାଇଥିଲା । କର୍ମଚାରୀ ଏବଂ ରେଳ ଗ୍ରାହକଙ୍କ ପାଇଁ ଅଭିଯୋଗ ପ୍ରତିକାର ଶିବିର ଆୟୋଜିତ ହୋଇଥିଲା ।

ସତର୍କତା ସଚେତନତା ସପ୍ତାହ ଉଦଯାପିତ କରି, ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ । ସତର୍କତା ସଚେତନତା ସପ୍ତାହର ସବୁ କାର୍ଯ୍ୟକ୍ରମକୁ,ଶ୍ରୀ ଅର୍ ଏନ ଏ ପରିଡ଼ା ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ ।

Exit mobile version