ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଶାନ୍ତି ଓ ମୈତ୍ରୀର ବାର୍ତ୍ତା ସର୍ବତ୍ର ବିଚ୍ଛୁରିତ ପାଇଁ ଆହ୍ଵାନ; ଦିଦି କମଳେଶ୍.

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନାର ୫୦ ବର୍ଷ ପୁର୍ତ୍ତୀ ଅବସରରେ ରବିବାର ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି  l ଏହି ଅବସରରେ ସ୍ଥାନୀୟ ବଡ ବଜାର କେନ୍ଦ୍ର ମଧ୍ୟରେ ଏକ ଭବ୍ୟ ଅଭ୍ୟର୍ଥନା ମଣ୍ଡପର ଉଦଘାଟନ କରାଯାଇଥିଲା l ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ବ୍ରହ୍ମା କୁମାର ଓ କୁମାରୀ ଭାଇ ଭଉଣୀ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପ୍ରବକ୍ତା ଭାବେ ଆଦରଣୀୟl ରାଜଯୋଗିନୀ କମଳେଶ୍ ଦିଦି ଉପସ୍ଥିତ ରହି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ସର୍ବତ୍ର ବିଚ୍ଛୁରିତ ପାଇଁ ଆହ୍ଵାନ ଦେବା ସହିତ ସଂସାରର ମଙ୍ଗଳ କାମନା କରିଥିଲେ l

ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇ ଆଧ୍ୟାତ୍ମିକ କ୍ଷେତ୍ରରେ ଏଭଳି ସୁ’ସଂଗଠିତ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିବା ସହିତ ମନୁଷ୍ଯ କେବେହେଲେ ନିଜ ଧର୍ମ ପଥରୁ ବିଚ୍ୟୁତ ହେବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ l ଏହି ସମ୍ମିଳନୀରେ ଜଟଣୀ ବଡ ବଜାର କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି ଅତିଥି ପରିଚୟ ପ୍ରଦାନ କରିଥିଲେl ଅନ୍ୟମାନଙ୍କ ମଧ୍ୟରେ ରାଜ ଯୋଗିନୀ ସୁଲୋଚନା ଦିଦି, ରାଜ ଯୋଗିନୀ ରଞ୍ଜୁ ଦିଦି, ରାଜଯୋଗୀ ଦେବବ୍ରତ ସ୍ୱାଇଁ, ରାଜ ଯୋଗିନୀ ମଞ୍ଜୁ ଦିଦି,ରାଜ ଯୋଗୀ ଡ ନଖମଲ୍,

ଅନଗୁଳ ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ମୀନତି, ଅଧ୍ୟାପିକା ଡ ପ୍ରତିଭା ମହାରଥୀ ପ୍ରମୁଖ ମଞ୍ଚାସୀନ ଥିଲେ l ଏହି କାର୍ଯ୍ୟକ୍ରମକୁ ବ୍ରହ୍ମା କୁମାର ଜୟକୃଷ୍ଣ, କେଦାରନାଥ, ଅଖିଳ ଓ ବ୍ରହ୍ମା କୁମାର ଅଶୋକ କୁମାର ବଳିଆରସିଂହ, ବିକେ ଜୟନ୍ତ ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ବିଭିନ୍ନ ରାଜ୍ୟର ବ୍ରହ୍ମା କୁମାରୀ ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l

Exit mobile version