ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ

ଡ଼ଃ ନୃସିଂହାନନ୍ଦ ମହାପାତ୍ର ,ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି |

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି | ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ ସାରସ୍ୱତ ସମାବେଶରେ ବିଶିଷ୍ଠ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ସାହିତ୍ୟିକ ହରପ୍ରସାଦ ଦାସ,ସରୋଜ କୃଷ୍ଣ ଷଢଙ୍ଗୀ ଓ ବିଘ୍ନରାଜ ପଣ୍ଡା, ରବିନ୍ଦ୍ରନାଥ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସମର୍ଦ୍ଧିତ କରିଥିଲେ |

ପରେ ପରେ ସୁସାହିତ୍ୟିକା ଓ ବରିଷ୍ଠ କବୟିତ୍ରୀ କଳ୍ପଳତା ମହାପାତ୍ର ଙ୍କ ସଂଯୋଜନାରେ କବି ସମ୍ମିଳନୀ ହୋଇଥିଲା | ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସଭାପତିତ୍ୱ କରିଥିଲେ | ଡ଼ଃ ମହାପାତ୍ର ଫୁଲବାଣୀ ଆଇ ଟି ଆଇ ର ତାଲିମପ୍ରାପ୍ତ ସହ ଅଧିକାରୀ ସହ କନ୍ଧମାଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଅଛନ୍ତି | ତାଙ୍କର କମଳା ପ୍ରକାଶିନୀ ନାମରେ ଏକ ପ୍ରକାଶିନୀ ରହିଥିବା ସହ 30 ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି |

Exit mobile version