ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୯୭ଟି ଆଇଡିଆ ସଂଗ୍ରହ କରିଛି । ଏହି ସମୟ ମଧ୍ୟରେ ଯାତ୍ରା ଦ୍ୱାରା ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ସୋନପୁର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୦ରୁ ଉର୍ଦ୍ଧ୍ୱ କଲେଜ୍‌ ଏବଂ ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୧,୦୦୦ ରୁ ଅଧିକ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚି ପାରିଛନ୍ତି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି । ଶନିବାର ଯାତ୍ରାର ୩୪ତମ ଦିବସ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କଟକ, ଟ୍ରାଇଡେଟ ଏକାଡେମୀ ଅଫ୍‌ ଟେକ୍ନୋଲୋଜି(ଖୋର୍ଦ୍ଧା) ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ନୟାଗଡ଼)ରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ପକ୍ଷରୁ ଆଗାମୀ ଦିନରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ନୟାଗଡ଼ର +୨ କଲେଜ ଓ କୋରାପୁଟର ମାଲୁଶାନ୍ତ ସରକାରୀ ହାଇସ୍କୁଲରେ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୬ ତାରିଖ (ସୋମବାର) ୩ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ କରିବ । ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରି ବୁଟକ୍ୟାମ୍ପ ଓ ଭ୍ୟାନ କ୍ୟମ୍ପେନ ମାଧ୍ୟମରେ ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରାଯାଉଛି  ।

Exit mobile version