ଗାଈ ଗୁହାଳ ରେ ନିଆଁ ଲାଗି ଦୁଇ ଗାଈ ସହିତ ଏକ ବାଛୁରୀ ମୃତ

୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମପଞ୍ଚଯାତ ର ଶିବପ୍ରସାଦ ଦାସ ଙ୍କ ଗୁହାଳ ରେ ନିଆଁ ଲାଗି ଦୁଇ ଗାଈ ଏକ ବାଛୁରୀ ସହିତ ଗଛିତ ଥିବା ଧାନ ପୋଡି ଜାଇଛି l ହ ଆଜ୍ଞା ଆମେ କହୁଛୁ ଶିବ ଦାସ ଙ୍କ କଥା ସେ ଜଣେ ଗରିବ ଲୋକ ଚାଷ କରିବା ସହିତ ଗାଈ ରଖି ତାଙ୍କର ପରିବାର ପ୍ରତିପୋଷଣ କରନ୍ତି କିନ୍ତୁ ସବୁଦିନ ପରି କାଲି ରାତିରେ ସମସ୍ତେ ଖାଇ ସାରି ସୋଇବାକୁ ଯାଇଥିଲେ ରାତ୍ର ଏକ ଟା ସମୟରେ ଶିବପ୍ରସାଦ ବାହାରକୁ ପରିସ୍ରା କରିବାକୁ ଉଠିଥିବା ସମୟରେ ଦେଖିଲେ

ଯେ ଗୁହାଳରେ ନିଆଁ ଲାଗିବା ସହିତ ପ୍ରବଳ ଧୂଆଁ ବାହାରୁଚି ସେ ବଡ ପାଟିରେ ଚିତିକାର କରି ପଡିସା ଲୋକ ଙ୍କୁ ଡାକିବା ସହିତ ଦୌଉଡ଼ିକି ଯାଇ ଗାଈ ଙ୍କୁ ଗୁହାଳ ରୁ ବାହାର କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ କାରଣ ନିଆଁ ର ପ୍ରକୋପ ଅଧିକ ଥିଲା l

ଗ୍ରାମବସି ମାନେ କୁଆଁପାଳ ଦମକଳ ବାହିନୀ ଙ୍କୁ ଜୋଗା ଜୋଗ କରିଥିଲେ କିନ୍ତୁ ସେ ପହଂଚିଲା ବେଳ ଙ୍କୁ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା ସକାଳୁ ଖବର ପାଇ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମର ବହୁ ଲୋକ ପହଂଚି ଏହି ଦୁଃଖଦ ସମୟରେ ସାହସ ଦେଇଥିଲେ ଏବଂ ଗ୍ରାମବାସୀ ମାନେ ସରକାର ଏବଂ ପ୍ରଶାସନ ପାଖରେ ନିବେଦନ କରିଛନ୍ତି କି ଶିବପ୍ରସାଦ ଦାସ ଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ନିବେଦନ କରିଛନ୍ତି .


 

Exit mobile version