Home ଓଡ଼ିଶା ଜାଗ୍ରୃତିକା ପକ୍ଷରୁ ଶିଶିର ବନ୍ଧୁ ମିଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ର ଆଗ୍ରଣୀ ସାହିତ୍ୟ, ସମାଜ ଓ ସାଂସ୍କୃତିକ ସଂସ୍ଥା ଜାଗ୍ରୃତିକା ପକ୍ଷରୁ ଆଜି ରବିବାର ସ୍ଥାନୀୟ ଶକ୍ତିପୀଠ ମା ବିଲ ପାଣ୍ଡବାଶୁଣି ଙ୍କ ପୀଠରେ ଶିଶିର ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାରସ୍ବତ ସଭାରେ ଅନୁଷ୍ଠାନ ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ପାରସ୍ପରିକ ଭାଵ ବିନିମୟ କାର୍ଯ୍ୟକ୍ରମ ରେ ବରିଷ୍ଠ ସାହିତ୍ୟିକ ଗାୟକ ରାମଚନ୍ଦ୍ର କର, ଆଶିଷ କୁମାର ପତି, ଅଜିତ କୁମାର ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ, ଭିକାରୀ ଚରଣ ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର, ଅଟଳ ବିହାରୀ ହରିଚନ୍ଦନ,ବେଣୁଧର ସାହୁ, ଦିଲ୍ଲୀପ କୁମାର ଶତପଥୀ, ବଳବନ୍ତରାୟ, ଭବାନୀ ଶଙ୍କର ମହାପାତ୍ର,ଶରତ କୁମାର ହରିଚନ୍ଦନ,ନୀରଦ କୁମାର ମହାପାତ୍ର, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ସେମାନଙ୍କ ର ସାରସ୍ବତ ଅଭିଜ୍ଞତା ଓ ଅନୁଭୂତି ରଖିଥିଲେ । ଏହି କ୍ରମରେ ସମ୍ପାଦକ ଙ୍କ ଦ୍ଵାରା ଆଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇ ତାହାକୁ ବାସ୍ତବ ରୂପାୟନ ପାଇଁ ପ୍ରସ୍ତାବ ନିଆ ଯାଇଥିଲା। ପରିଶେଷରେ ଶିକ୍ଷା ଵିତ୍ ପଠାଣି ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କ୍ରମରେ ମା ଙ୍କ ପ୍ରସାଦ ରେ ଆପ୍ୟାୟିତ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026 ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ by Proprietor Abhimanyu Maharana June 22, 2026