ସାରସକଣା ନିର୍ବାଚନ ମଣ୍ଡଳୀ ବିଜାତଳା ଠାରେ,”ଆମ ଓଡିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଓଡ଼ିଶା ସରକାରଙ୍କ ଗ୍ରାମାଭିମୁଖି ଯୋଜନା ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ଏକ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପ୍ରତି ଗ୍ରାମ ପଞ୍ଚାୟତରେ ଓଡ଼ିଶାର ସଂସ୍କୃତିର ମୂଳ ଭିତ୍ତିଭୂମିକୁ ସୁଦୃଢ କରାଯିବା ସହିତ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର,ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ ।

 

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସାଂସ୍କୃତିକର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ପାଇଁ ଗାଁର ବିକାଶ ଶିଖରରେ ପହଁଞ୍ଚାଇବା ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିକୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଁଞ୍ଚାଇବ। ନବୀନ ଓଡ଼ିଶା ର ପରିଚୟ ନେଇ ରାଜ୍ୟର ପ୍ରତିଟି ଗାଁ ବିକାଶରେ ଆଗକୁ ବଢ଼ିବ ବୋଲି ମୂଖ୍ୟମନ୍ତ୍ରୀ କହିଥିଲେ। 5T ତଥା ନବୀନ ଓଡ଼ିଶାର ଅଧକ୍ଷ ଭି କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଛନ୍ତି।

ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକରେ ଆମ ଓଡିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଜାତଳା ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ,ବିଡ଼ିଓ ବଂଶୀଧର ଖୋସଲା, ଉପାଧ୍ୟକ୍ଷ ରୂପୀମଣି ଟୁଡୁ, ସହକାରୀ ଯନ୍ତ୍ରୀ ମନାଲିସା ନାୟକ, କନିଷ୍ଠ ଯନ୍ତ୍ରୀ ଆକାଶ ସିଂ,ଭୋବେଶ ଚନ୍ଦ୍ର ସାହୁ, ସନ୍ଦୀପ ଆନନ୍ଦ ଙ୍କ ସମେତ ବିଜାତଳା ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ,ଓ ବ୍ଲକର ସମସ୍ତ ସମିତି ସଦସ୍ୟ,ମିଶନ ଶକ୍ତି, ଅଙ୍ଗନବାଡ଼ି ଦିଦି ଓ ଏସ୍ ଏଚ୍ ଜି ଗୃପର ମହିଳା ସହ ଲୋକ ପ୍ରତିନିଧି ଯୋଗଦାନ କରିଥିଲେ।

Exit mobile version