ଚିତ୍ତରଞ୍ଜନ ସେବା ସଦନ : ନିଆଳୀ ର ୩୯ ତମ ପ୍ରତିଷ୍ଠା ଦିବସ

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ନିଆଳୀ ରେ ଅବସ୍ଥିତ ସର୍ବ ପୁରାତନ ନରସିଂହୋମ ଚିତ୍ତରଞ୍ଜନ ସେବା ସଦନ ର ଅଣଚାଳିଶତମ ପ୍ରତିଷ୍ଠା ଦିବସ ବାସ୍ତୁ ପୂଜା, ସମ୍ବର୍ଦ୍ଧନା ସମାରୋହ ଓ ପ୍ରୀତି ଭୋଜନ ସହ ପାଳିତ ହୋଇ ଯାଇଛି | ଏହି ସମାରୋହ ରେ ଓଡିଶା ର ପ୍ରଖ୍ୟାତ କଳାକାର, ସାହିତ୍ୟିକ ତଥା ବରିଷ୍ଠ ଡାକ୍ତର ପ୍ରଫେସର ଶୈଳେଶ୍ୱର ନନ୍ଦ ଓ ତାଙ୍କର ଧର୍ମ ପତ୍ନୀ ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ସଂଯୁକ୍ତା ମହାପାତ୍ର ଙ୍କୁ ଉପଢୌକନ ଓ ସ୍ମାରକ ଦେଇ ନିଆଳୀ ର ଲୋକପ୍ରିୟ ଚିକତ୍ସକ ତଥା ଭାରତୀୟ ଚିକତ୍ସକ ସଂଘ, ପ୍ରାଚୀ ଶାଖା ର ସଭାପତି ଡାକ୍ତର ଅଧୀରାଜ କୁମାର ପରିଡା ସମ୍ବର୍ଦ୍ଧିତ କରି ଥିଲେ |

ସଭା ର ସ୍ୱାଗତ ଭାଷଣ ଅନୁଷ୍ଠାନ ର ନିର୍ଦ୍ଧେଶକ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ପ୍ରଦାନ କରି ଥିବା ବେଳେ ମୁଖ୍ୟ ଉପଦେଷ୍ଠା ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଅନୁଷ୍ଠାନ ସମ୍ବନ୍ଧିତ ସାମୁହିକ ସୂଚନା ଦେଇ ଥିଲେ | ଏହି ସଭା ରେ କୋଡିଏ ବର୍ଷ ରୁ ଉର୍ଧ୍ଵ ସମୟ ଧରି କାର୍ଯ୍ୟରତ କର୍ମଚାରୀ ଯଥା ତ୍ରିଲୋଚନ ମିଶ୍ର, ମାନସ ରଞ୍ଜନ ପାଢ଼ୀ, ମନୋରଞ୍ଜନ ପାଢ଼ୀ, ଦିବାକର ଭୋଇ, ଓ ସୁରେଶ ଚନ୍ଦ୍ର ଘଡାଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା |

ସମାରୋହ ରେ ଅନୁଷ୍ଠାନ ର ଅନ୍ୟ ବରିଷ୍ଠ ଡାକ୍ତର, ପ୍ରଫେସର ଡାକ୍ତର ଖିରୋଦ ନନ୍ଦ, ପ୍ରଫେସର ଡାକ୍ତର ଭାଗ୍ୟଧର ସ୍ୱାଇଁ, ଡାକ୍ତର ମନୋରମା ମହାନ୍ତି, ଡାକ୍ତର ପୀତବାସ ମିଶ୍ର ଉପସ୍ଥିତ ଥିଲେ | ଏମାନଙ୍କ ବ୍ୟତୀତ ଅନୁଷ୍ଠାନ ର ଉପଦେଷ୍ଟା ମାନେ, କର୍ମଚାରୀ, ରୀମା କ୍ରିଏସନ ର କର୍ମଚାରୀ ଯୋଗ ଦେଇ ଥିଲେ | ସଭା ଶେଷ ରେ ଅନୁଷ୍ଠାନ ର ସିଇଓ ସୌମ୍ୟ ରଞ୍ଜନ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ |

Exit mobile version