କୁଇ ସମାଜର ନିଜସ୍ୱ ଅଫିସ ନିର୍ମାଣ ପାଇଁ ଆଲୋଚନା

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ କୁଇ ସମ୍ପ୍ରଦାୟର ବିକାଶ ପାଇଁ କୁଇ ସମାଜ ଗତ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଅଛି. ହେଲେ କୁଇ ସମାଜର ନିଜସ୍ୱ କାର୍ଯ୍ୟାଳୟ ନାହିଁ. ତେଣୁ କୁଇ ସମାଜର ଅଫିସ ନିର୍ମାଣ ପାଇଁ ଏକ ଆଲୋଚନା ହୋଇଥିବା ସୂଚନା ମିଳିଛି.

ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ରାଣୀଖମାରେ କୁଇ ସମାଜ ନିଜସ୍ୱ ଘର ନିର୍ମାଣ ନିମନ୍ତେ କିଛି ବୟସ୍କ ଏବଂ ସମାଜର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ମୋହନାର ଜିଲ୍ଲା ପରିଷଦ ସଭ୍ୟ ସୁନୀଲ୍ କୁମାର୍ ବିଷୋୟୀ. କୁଇ ସମାଜର ନିଜସ୍ୱ ଘର ଅତି ତୁରନ୍ତ ନିର୍ମାଣ କରାଯିବ ବୋଲି ଏହି ଆଲୋଚନାରେ ନିର୍ଧାରଣ ହୋଇଥିବା ସୂଚନା ମିଳିଛି ।

Exit mobile version