ଦୁର୍ନୀତି ନିରାକରଣ କ୍ଷେତ୍ରରେ ଓଡିଶା ଶୂନ ସହନଶୀଳତା ନୀତି ଗ୍ରହଣ କରିଛି – ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ

ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ବାର୍ଷିକ ସିଭିଓ-୨୦୨୩ ସମ୍ମିଳନୀ ଅନୁଷ୍ଠିତ

ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବାକୁ ଆଭ୍ୟନ୍ତରୀଣ ଭିଜିଲାନ୍ସ କୁ ଗୁରୁତ୍ୱ ଦେବାକୁ ସିଭିଓମାନଙ୍କୁ  ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ .

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ବାର୍ଷିକ ସିଭିଓ -୨୦୨୩ ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବିଭିନ୍ନ ବିଭାଗର ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ମୁଖ୍ୟ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସରକାରୀ  ସିଭିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ

ଏହି ସମ୍ମିଳନୀକୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଉଦ୍ଘାଟନ କରିଥିଲେ ସରକାରୀ ପାଣ୍ଠିର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ଭିଜିଲାନ୍ସ ଉପରେ ଧ୍ୟାନ ଦେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ ନିୟମ ଓ ପଦ୍ଧତି ଯେପରି ତ୍ରୁଟିମୁକ୍ତ ହେବ, ଯାହା ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପକୁ ସୁଯୋଗ ଦେଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ

ପ୍ରତ୍ୟେକ ସରକାରୀ ବିଭାଗ ତଥା ରାଜ୍ୟ ସରକାରୀ ପ୍ରତିଷ୍ଠାନମାନଙ୍କରେ ସିଭିଓମାନେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ବାତାବରଣ ସୃଷ୍ଟି କରିବା ଉଚିତ ବୋଲି ସେ କହିଥିଲେ  କାର୍ଯ୍ୟାଳୟ  ଗୁଡିକରେ ଅଧିକ ପ୍ରଭାବଶାଳୀ ଆଭ୍ୟନ୍ତରୀଣ ସତର୍କତା ପାଇଁ ସିଭିଓମାନଙ୍କୁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରତିଷେଧକ ଭିଜିଲାନ୍ସ ସମ୍ପର୍କିତ ସୂଚନା ଏବଂ ମାର୍ଗଦର୍ଶିକା ସମ୍ବଳିତ ଇ-ବୁକ୍ ଉନ୍ମୋଚନ କରିଥିଲେ

ସିଭିଓ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗୁର୍ଗ ଯୋଗଦେଇସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତିର ମୁକାବିଲା ପାଇଁ ଭିଜିଲାନ୍ସ ସଂଗଠନ ସହ ସମନ୍ୱୟ ରକ୍ଷା କରି ଦୃଷ୍ଟାନ୍ତମୂଳକ  ପଦକ୍ଷେପ ନେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରୀ କରିବା ମାଧ୍ୟମରେ ଜନସେବା ପ୍ରଦାନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସରକାରୀ ବିଭାଗରେ ଜନସେବା ସମୟ ସୀମା ଧାର୍ଯ୍ୟ କରାଯାଇଛି

ସେ ଆଇ୩ଏମ୍ଏସ୍  ଏବଂ ଓସ୍ୱାସ ପୋର୍ଟାଲ ଭଳି ପ୍ରଯୁକ୍ତି ବିଦ୍ୟାଭିତ୍ତିକ ହସ୍ତକ୍ଷେପର ଉଦାହରଣ ଦେଇଥିଲେ ଦୁର୍ନୀତି ନିରାରଣ କ୍ଷେତ୍ରରେ ଓଡିଶା ସରକାର ଶୂନ ସହନଶୀଳତା (ଜିରେ ଟଲେରାନ୍ସ ନୀତି) ରଖି ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପ୍ରତ୍ୟେକ ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ସତର୍କତା ଓ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସକୁ ଅନୁକରଣ କରାଯିବ  ବୋଲି ସେ କହିଥିଲେ 

ଏହି ସମ୍ମିଳନୀରେ ଗୃହରକ୍ଷୀ ଓ ଅଗ୍ନିଶମ ସେବାର ପୂର୍ବତନ ଡିଜି (ଅବସରପ୍ରାପ୍ତ) ଏମ୍ ଅକ୍ଷୟ,’ଓଡ଼ିଶାରେ ସିଭିଓ ବ୍ୟବସ୍ଥା ଗଠନ ଓ କାର୍ଯ୍ୟକାରିତାଶୀର୍ଷକ ଆଲୋଚନାଚକ୍ରରେ ନାଲ୍ କୋ କର୍ପୋରେଟ୍ ଅଫିସ୍, ଭୁବନେଶ୍ୱରର ସିଭିଓ ସୋମନାଥ ହାଁସଦା ଆଭ୍ୟନ୍ତରୀଣ ଦୁର୍ନୀତି ରୋକିବାରେ ସିଭଓମାନଙ୍କର ଭୂମିକା ଏବଂ ବିଶ୍ୱ ଇଞ୍ଜିନିୟରିଂ ସଂଗଠନ ମହାସଂଘର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅଶୋକ ବାସା ଯୋଗଦେଇ “ସାର୍ବଜନୀନ ଜୀବନରେ ଦୁର୍ନୀତିର ମୁକାବିଲା ପାଇଁ ପ୍ରଯୁକ୍ତିବିଦ୍ୟାର ପରିସର ଏବଂ ପ୍ରୟୋଗ” ଶୀର୍ଷକରେ ବକ୍ତବ୍ୟ ରଖିଥିଲେ

ଏହି ଅବସରରେ ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲାଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ବିରୋଧରେ  ଶୃଙ୍ଖଳିତ ଓ ନିଷ୍ଠାର ସହ  ପଦକ୍ଷେପ ନେଉଛି ଏବଂ ରାଜ୍ୟରେ ଦୁର୍ନୀତି ନିବାରଣ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ

Exit mobile version