କପୋରେଟ ହାଉସ ଦ୍ୱରା ଗୌରଚନ୍ଦ୍ର ମହାପାତ୍ର ସମ୍ବର୍ଦ୍ଧିତ

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ମିଡ଼ିଆ ସଂଯୋଜକ ଭାବେ ଦୀର୍ଘ 37ବର୍ଷ ଧରି ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲା ଓ ବ୍ଲକ ସାମ୍ବାଦିକଙ୍କ ମଧ୍ୟରେ ଯୋଗାସୂତ୍ର ରକ୍ଷାକରି ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା କରିବାରେ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ର ବେଶ ଜଣାଶୁଣା.

ରାଜ୍ୟ ସରକାରଙ୍କ ସମସ୍ତ ରାଜ୍ୟ ସ୍ତରର କାର୍ଯ୍ୟକ୍ରମକୁ ଦକ୍ଷତାର ସହ ପରିଚାଳନା କରି ପ୍ରଶଂସିତ. ଏହି ଅବସରରେ ଇନସାଇଟ କଭର ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ରଙ୍କୁ ତାଙ୍କର ଉଲେଖନୀୟ କାର୍ଯ୍ୟ ପାଇଁସମ୍ବର୍ଦ୍ଧିତ କରାଯାଇଛି.

ଏହି କାର୍ଯ୍ୟ କ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ କୁମାର ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ବାହୁ କର୍ପୋରେଟ ସଂସ୍ଥାର ଅଧିକାରୀ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟ ଶୈଳୀଙ୍କୁ ପ୍ରଂଶସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ.

Exit mobile version