ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ୫ ରେ ହେବ ସୁବର୍ଣ୍ଣ ଜୟନ୍ତୀ ସମାରୋହ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା- ଜଟଣୀ :-> ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନାର ୫୦ ବର୍ଷ ପୁର୍ତ୍ତୀ ଅବସରରେ ଆସନ୍ତା ରବିବାର ୫ତାରିଖ ଦିନ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ମହାସମାରୋହରେ ପାଳିତ କରାଯିବlଉକ୍ତ ଆଧ୍ୟାତ୍ମିକ ସମ୍ମିଳନୀରେ ପ୍ରବକ୍ତା ଭାବେ ଆଦରଣୀୟl କମଳେଶ୍ ଦିଦିଜି, ଉଦଘାଟକ ଭାବେ ଦେବବ୍ରତ ସ୍ୱାଇଁ ଅତିରିକ୍ତ ନିର୍ଦ୍ଦେଶିକା କଟକ,ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ,

ସମ୍ମାନିତ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲି, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ହରଭଜନ ସିଂହ ବାଜୱା,ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗଦେବେl ଏଥିସହ ବିଭିନ୍ନ ରାଜ୍ୟର ବ୍ରହ୍ମକୁମାରୀ ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗଦେବେ ବୋଲି ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ ବଜାର କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି ଦିଦି ସୂଚନା ଦେଇଛନ୍ତି l

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନଗୁଳ ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ମୀନତି,ଖୋର୍ଦ୍ଧା କେନ୍ଦ୍ରର ସଞ୍ଚାଳକ ବ୍ରହ୍ମକୁମାର ଜୟକୃଷ୍ଣ,ବ୍ରହ୍ମକୁମାର କେଦାରନାଥ ଓ ଅଖିଳ ଭାଇ ମାଉଣ୍ଟ ଆବୁ ଏବଂ ବ୍ରହ୍ମକୁମାର ଅଶୋକ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୭୩ ମସିହାରେ ବରିଷ୍ଠ ରାଜଯୋଗିନୀ ବ୍ରହ୍ମକୁମାରୀ ଡ଼ କମଲେଶ ଦିଦି ସର୍ବପ୍ରଥମେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନା କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥିଲେ l

Exit mobile version