ଭାଉଜଙ୍କୁ କୂଅକୁ ଠେଲିବା ଅଭିଯୋଗରେ ଦିଅର ଗିରଫ !

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମର ବନ୍ଧ ଗାଡ଼ିଆ ସାହିରେ ସ୍ଵର୍ଗତ ଉଲ୍ଲାସ ମହାରଣାଙ୍କ ଦୁଇ ପୁଅ ଓ ବୋହୁ ଗୋଟିଏ ଘରେ ରୁହନ୍ତିlବଡଭାଇ ବିଜୟ ମହାରଣା ଜଣେ ରେଳ କର୍ମଚାରୀ ହୋଇଥିବାରୁ ସେ ପ୍ରାୟତଃ ଘରେ ରୁହନ୍ତି ନାହିଁl ସାନଭାଇ ଅଜୟ ମହାରଣା, ଅଜୁ( ୩୫)ଘର ଦୁଆରେ ଏକ ଜେରକ୍ସ ଓ କମ୍ୟୁନିକେସନ ଦୋକାନ କରିଥିବାରୁ ଘରେ ସବୁବେଳେ ରୁହନ୍ତିlଏବଂ ନିଜ ଭାଉଜଙ୍କୁ ଅନେକ୍ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦିଅନ୍ତି l

 

କାଳେ ଘର କଥା ପଦାରେ ପଡ଼ିବ ସେଥିପାଇଁ ସେ(ବୋହୂ)ଚୁପ୍ ରହିବାକୁ ବାଧ୍ଯ ହୁଅନ୍ତିlତେବେ ଗତ ବୁଧବାର ରାତିରେ ବଡ ଭାଇଙ୍କ ଅନୁପସ୍ଥିତିରେ ଅଜୁ ଭାଉଜଙ୍କୁ କ୍ରେଡିଟ କାର୍ଡ ମାଗିଥିଲେ ତେବେ କାର୍ଡ଼ ବାବଦରେ ତାଙ୍କର ଧାରଣା ନ’ଥିବାରୁ ଭାଇ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଥିଲେlଏହି ଘଟଣାରେ ଉତକ୍ଷୀପ୍ତ ହୋଇ ଭାଉଜଙ୍କ ସହିତ ବଚସା ହେବାପରେ ତାଙ୍କୁ ଟାଣିଆଣି ଠେଲାପେଲା କରି ନିକଟରେ ଥିବା କୂଅ ମଧ୍ୟକୁ ଭାଉଜଙ୍କୁ ଠେଲି ଦେଇଥିଲେ । ଏଥିସହିତ କୂଅ ମଧ୍ୟକୁ ଘରର ଆସବାବ ପତ୍ର ପକାଇଥିଲେ l

ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ମାନେ ଦୌଡ଼ି ଆସି ଅଗ୍ନିଶମ ବିଭାଗକୁ ଖବର ଦେବାରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ କୂଅରୁ ଉଦ୍ଧାର କରିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେl ପରେ ବଡଭାଇ ବିଜୟ ମହାରଣାଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଦିଅର ଅଜୁଙ୍କୁ କେଶ୍ ନମ୍ବର ‌୩୮୦/୨୩ଏକ ମାମଲା ରୁଜ୍ଜୁକରି କୋର୍ଟଚାଲାଣ କରିଛନ୍ତି l

 

 

Exit mobile version