ଭିନ୍ନକ୍ଷମଙ୍କୁ କୃତ୍ରିମଅଙ୍ଗ ସହାୟତା ପ୍ରଦାନ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ ଦ୍ୱାରା ଚିହ୍ନଟ ହୋଇଥିବା ୮ ଜଣ ଭିନ୍ନକ୍ଷମ ଙ୍କୁ କୃତ୍ରିମ ଅଙ୍ଗ ସହାୟତା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଡିଆରଡିଓ ଚନ୍ଦ୍ରଶେଖର ପରିଡା ,ଜୟପୁର ଫୁଟ ଅନ ହ୍ବିଲସ ର ୫ଜଣ ବୈଷୟିକ ଅଧିକାରୀ ସେମାନଙ୍କ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସହାୟତାରେ ଏହି କୁତ୍ରିମ ଉପକରଣ କାର୍ଯ୍ୟକ୍ରମରେ ଗୋଡ ତିଆରି କରି ଉପସ୍ଥିତ ଭିନ୍ନକ୍ଷମଙ୍କୁ ନିଃଶୁଳ୍କ ମୂଲ୍ୟରେ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ବେହେରା ପ୍ରକାଶ କରିଥିଲେ।ଭିନ୍ନକ୍ଷମ ମହିଳା ଜ୍ୟୋତ୍ସ୍ନା ପ୍ରଧାନଙ୍କୁ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା ।

Exit mobile version