Home ଓଡ଼ିଶା ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଦୈନିକ ସମ୍ବାଦପାତ୍ର ସକାଳର ସାମ୍ବାଦିକ ପ୍ରକାଶ କୁମାର ସୁବୁଦ୍ଧିଙ୍କ ମାଆ ଶ୍ରୀମତୀ ଲେଖନ ସୁବୁଦ୍ଧି ( ୭୭ ବର୍ଷ) ଙ୍କ ଆଜି ଅପରାହ୍ନରେ ନା ଚୁଣୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ସେ ଜଣେ ଧର୍ମ ପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିବାରୁ ସାଧାରଣରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଖାଲେଶ୍ୱର୍ ସୁବୁଦ୍ଧି,ଚାରି ପୁତ୍ର,ପୁତ୍ରବଧୂ, ଝିଅ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନ ଠାରେ ତାଙ୍କ ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ସୁବୁଦ୍ଧି ମୂଖାଗ୍ନି ଦେଇଥିଲେ । ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସମ୍ପାଦକ ପ୍ରଦୋଷ କୁମାର ଦାସ ଓ ସଭ୍ୟ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀମତୀ ଲେଖନ ସୁବୁଦ୍ଧିଙ୍କ ବିୟୋଗରେ ଚିଲିକା ଜର୍ଣାଲିଷ୍ଟ ୟୁନିୟନର ସଭାପତି ଭିକାରୀ ଚରଣ ପ୍ରଧାନ,ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ମନୋଜ କୁମାର ବରାଳ ଓ ସାମ୍ବାଦକ ଲିଟନ ଛୋଟରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ by Proprietor Abhimanyu Maharana June 22, 2026 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ - କପାଣି ଛକରେ ରାସ୍ତାରୋକ by Proprietor Abhimanyu Maharana June 22, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026