ଆର, ଉଦୟଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟିିାଳୟ ଖୋଲା : ସରପଞ୍ଚ ଓ ପିଇଓ ଚେର ଖାଲି – ଅଭିଯୋଗକାରୀ ହଟହଟା

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ହେଡକ୍ବାଟରର କୁହାଯାଉଥିବା ଆର,ଉଦୟଗିରି ଗ୍ରାମପଞ୍ଚାୟତରେ ଆଜି ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଦୋକାନ ଗୃହ ଆବଟନକୁ ନେଇ ଦୋକାନ ଘରର ବଞ୍ଚିତ ଯୁବ ହିତଅଧିକାରୀ ମାନେ ଆଜି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏହି ବିଷୟ ପଚାରିବାକୁ ଯାଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ସରପଞ୍ଚ ଓ ପିଇଓ ନଥିବାରୁ ପ୍ରବଳ ହୋହୋଲା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବହୁତ ସମୟ ଅପେକ୍ଷା କରିବା ସତେ ସରପଞ୍ଚ ଓ ପିଇଓ ଦେଖାମିଳିନଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ବହୁବାର ଅଭିଯୋଗ ହେଉଛି ।

ଏପରିକି ବହୁ ସମୟ କୌଣସି କର୍ମଚାରୀ ରହୁନଥିବା ଅଭିଯୋଗ ହୋଇଆସୁଛି । ପ୍ରକାଶ ଥାଉକି ଯେ ଆଜି ଆର, ଦୟଗିରି ଗ୍ରାମ ଅନ୍ତର୍ଗତ ବସଷ୍ଟାଣ୍ଡରେ ଦୋକାନ ଘର ଆବଣ୍ଟନ କିଛିଦିନ ତଳେ ହୋଇଥିଲା । ଦୋକାନ କରିଥିବା ଲୋକମାନଙ୍କୁ ଦୋକାନ ନଥାଇ ଦିଆଯାଇଛି । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଏହା ଉପରେ ଆଜି କିଛି ଦୋକାନ ଘରକୁ ବଞ୍ଚିତ ଯୁବଗୋଷ୍ଠି ଏହି ବିଷୟ ନେଇ ଆଲୋଚନା କରିବାକୁ ଗଲାବେଳେ ପଞ୍ଚାୟତ କୌଣସି କର୍ମଚାରୀ କିଏନଥିଲେ । ଆର,ଉଦୟଗିରି ପଞ୍ଚାୟତରେ କର୍ମଚାରୀମାନେ ଅନୁଉପସ୍ଥିତ ରହିବା ନୂଆ କଥା ନୂହେଁ । ଯେ କୌଣସି କାର୍ଯ୍ୟ ପାଇଁ ଗଲେ ହେଲେ କର୍ମଚାରୀ ନଥିବା ଦେଖିବାକୁ ମିଳୁଛି । ଏହା ନେଇ ଜନ ଅସନ୍ତୋଷ ଦେଖାଦେଇଛି ।

Exit mobile version