ସରିଲା ସଇଁନ୍ଧା – ନଛିପୁର ଅଞ୍ଚଳର ଗଜଲକ୍ଷ୍ମୀ ଭଷାଣୀ

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ ନିକଟସ୍ଥ ସଇଁନ୍ଧା ନଛିପୁର ଅଞ୍ଚଳରେ ଦୀର୍ଘ ୬ ଦିନ ଧରି ପୂଜା ପାଉଥିବା ଗଜଲକ୍ଷ୍ମୀ ମେଢ଼ ଗୁଡିକର ଭଷାଣୀ ଉତ୍ସବ ଶୁକ୍ରବାର ଅପରାହ୍ନ ତିନିଟରୁ ଆରମ୍ଭ ହୋଇ ରାତି ୧୦ ଟାରେ ଶେଷ ହୋଇଛି । ପୁଣି ଆର ବରଷକୁ ଅପେକ୍ଷା । ବ୍ୟାଣ୍ଡପାର୍ଟି, ଦୁଲଦୁଲି, ଡିଜେର ତାଳେ ତାଳେ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ନାଚି ନାଚି ଭଷାଣୀର ମଜା ନେଇଥିଲେ ।

ଭଷାଣୀରେ ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ହୋଥିବା ମେଢ଼ ଗୁଡିକ ନିଜ ନିଜର ସାହି ପରିକ୍ରମା କରି ସାରି ପଛକୁ ପଛ ମେଢ଼ ଗୁଡିକ ଭଷାଣୀ ଶୋଭାଯାତ୍ରାରେ ଯାଇଥିଲେ । କଟକ ଯୋନ-୪ଏସିପି ଚନ୍ଦନ ଘଡେଇ,

ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ର ଏବଂ ଥାନାର ସମସ୍ତ ଅଫିସର ପ୍ରତ୍ୟେକ ମେଢ଼ ନିକଟରେ ରହି ଭଷାଣୀ କାର୍ଯ୍ୟ ପରିଚାଳନା କରିଥିଲେ । ଢିଅ ନଛିପୁର ଗ୍ରାମର ଶତାଧିକ ମହିଳା ଏବଂ ଝିଅ ମାନେ ସେମାନଙ୍କ ମେଢ଼ ଆଗେ ଆଗେ ଭଷାଣୀ ଶୋଭାଯାତ୍ରାରେ ବଢେଇ ସାହି ଗଜଲକ୍ଷ୍ମୀ ମଣ୍ଡପ ପର୍ଯ୍ୟନ୍ତ ଆସି,

ସେହିଠାରୁ ମା ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଇ ନିଜ ଗ୍ରାମକୁ ଫେରି ଯାଇଥିଲେ । ଢିଅ ନଛିପୁର ମା, ଜାଗୁଳେଇ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ମହେନ୍ଦ୍ର ବେହେରା, ପ୍ରଶନ ଦାସ ପ୍ରମୁଖ ପୂଜା କମିଟିର ସମସ୍ତ ସଦସ୍ୟ ନିଜ ସାହି ମେଢ଼ର ଭଷାଣୀ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଭଷାଣୀ ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।

Exit mobile version