
୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ଜେଲ ଛକ ରେ ନୁତନ ଅଦାଲତ ଗୃହ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚନ୍ୟାୟାଳୟ ର ମୁଖ୍ୟ ବିଚାରପତି ମାନ୍ୟବର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏହି ଅବସରରେ ରଣପୁର ରେ ଅପରାହ୍ନ ୩ଟା ୧୦ ମିନିଟ ରେ ପହଁଚିବାପରେ ଆନୁଷ୍ଠାନିକ ଭାବେ ବାର ଆସୋସିଏସନ ସଦସ୍ୟ ଓ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇ କାର୍ଯ୍ୟାଳୟ ଭିତର କୁ ନିଆଯାଇଥିଲା । ମାନ୍ୟବର ଶ୍ରୀଯୂକ୍ତ ଷଡଙ୍ଗୀ ସହ ମାନ୍ୟବର ବିଚାରପତି ତଥା ଗୃହ ନିର୍ମାଣ କମିଟି ଅଧ୍ୟକ୍ଷ ଆର କେ ପଟନାୟକ , ଆନନ୍ଦ କୁମାର ଦାସ ,ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ସାହୁ , ଜିଲ୍ଲା ବିଚାରପତି ଆନନ୍ଦ ଚନ୍ଦ୍ର ମହାରଣା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ରେ ରଣପୁର ଫୌଜଦାରି ଓ ଦେଓାନୀ ଅଦାଲତ କୁ ଉଦଘାଟନ କରିଥିଲେ ।

ଏହି ଅବସରରେ ବାର ଆସୋସିଏସନ ର ନିଜସ୍ୱ ଗୃହ , କ୍ୟାଂଟିନ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିବାପରେ ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ । ରଣପୁର ବାର ଆସୋସିସେନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ଷଡଙ୍ଗୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା କଲେଜ ଛାତ୍ରଛାତ୍ରୀଙ୍କୁ
ପ୍ରଥମେ ପ୍ରଶଂସା କରିବାସହ ଆଗାମି ଦିନରେ ପିଲାମାନେ ଜଣେଜଣେ ବିଚାରପତି ହୋଇ ଜନସାଧାରଣ ଙ୍କୁ କିଭଳି ତ୍ୱରିତ ଓ ଉଚିତ ନ୍ୟାୟ ପାଇବେ ସେ ଦିଗରେ ମନୋନିବେଶ କରି ପାଠପଢିବାକୁ ପରାମର୍ଶ ଦେଇଥିଲେ । ବର୍ତମାନ ଯେଉଁସ୍ଥାନ ରେ କୋର୍ଟ ନିର୍ମିତ ହୋଇଛି ଏହା ୫ ଏକାର ପରିମିତ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ସମ୍ପୁର୍ଣ୍ଣ ସହଯୋଗ କରିଥିବା କହିଥିଲେ ।
ନୁତନ କୋର୍ଟ ଭିତରେ କେବଳ କୋର୍ଟ କାର୍ଯ୍ୟ ଚାଲିବ ତା ନୁହେଁ ଏହା ଭିତରେ ଗ୍ରନ୍ଥାଗାର ସହ ବିଭିନ୍ନ ବିଭାଗ ରହିଛି ା ପିଲାମାନେ ଏଠାକୁ ଆସି ଜ୍ଞାନ ଆହୋରଣ କରିପାରିବେ ବୋଲି ସୁଚନା ଦେଇଥିଲେ । ଏହି କାର୍ଯ୍ୟାଳୟ କେବଳ ଓକିଲ ଓ ବିଚାରପତି ଙ୍କ ନୁହେଁ ସମସ୍ତ ଜନସାଧାରଣ ଙ୍କ ସମ୍ପତି ହେଉଛି ଏହି କାର୍ଯ୍ୟାଳୟ ।
ସମସ୍ତ ଙ୍କ ମିଳିତ ଉଦ୍ୟମ ରେ ସବୁ କାମ ସଫଳ ଓ ସମ୍ଭବ ହୋଇପାରିବ ବୋଲି କହିଥିଲେ । ଏହାକୁ ପରିସ୍କାର ଓ ସଫା କରିବା ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ । ସେହିଭଳି ବାର ସଦସ୍ୟମାନେ ଯଦି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବିଚାରପତି ହୋଇପାରନ୍ତେ
ତେବେ ନ୍ୟାୟିକ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହୋଇପାରିବ ତେଣୁ ନୟାଗଡ ଜିଲ୍ଲାରୁ ପ୍ରତିବର୍ଷ ୫ ଜଣ ବାର ସଦସ୍ୟ ବିଚାରପତି ରୁପେ କିଭଳି ନିଯୁକ୍ତି ହେବେ ସେ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ପରାମର୍ଶ ଦେଇଥରଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଆର କେ ପଟନାୟକ ଓ ବାର ସଭାପତି ଗିରିକାନ୍ତ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସଂପାଦକ ସତ୍ୟ ରଞ୍ଜନ ମତା ଓ ବିଭିନ୍ନ ବିରିଷ୍ଠ ଅଧିକାରୀ ସମେତ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ପୁର୍ବତନ ଖାଟି ଫୋରମ ସଭାପତି ତଥା ବିଚାରପତି ନାରାୟଣ ମହାପାତ୍ର ଗଣମାଧ୍ୟମ ପ୍ରତିନିଧି ,ବରିଷ୍ଠ ଅଧିକାରୀ ସମତେ ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ ।