କ୍ଲିନ୍ ଶିମିଳିପାଳ ଅଭିଯାନରେ ପୁଣି ମୟୁରଭଞ୍ଜ ପୋଲିସ କୁ ବଡ ସଫଳତା : ଚଢାଉ ରେ ୭୧ଟି ବନ୍ଧୁକ ଜବତ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  କ୍ଲିନ୍ ଶିମିଳିପାଳ ଅଭିଯାନରେ ଶିମିଳିପାଳ ଅଭୟାରଣ୍ୟ କୁ ବନ୍ଧୁକ ଓ ଶିକାରୀ ମୁକ୍ତ କରିବାକୁ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଥିବା ମୟୁରଭଞ୍ଜ ପୁଲିସକୁ ପୁଣି ଥରେ ସଫଳତା ମିଳିଛି ।

ଏଥର ସ୍କ୍ୱାର୍ଡ ହାତରେ ଲାଗିଛି ୭୧ ଟି ଦେଶୀ ବେଆଇନ ବନ୍ଧୁକ ସହିତ ଗୋଟିଏ ଛୋଟ ବନ୍ଧୁକ । ଖୁଣ୍ଟା ଥାନା ଅନ୍ତର୍ଗତ ଟୁଣୁକି ଓ ବଣିଆଵସା ଗାଁରେ ଶୁକ୍ରବାର ଅପରାହ୍ନରେ ଚଢାଉ କରି ଜଙ୍ଗଲରୁ ଏହି ବନ୍ଧୁକ ଜବତ କରିଥିବା ସୂଚନା ଦେଇଛନ୍ତି ଏସପି ବି ଗଙ୍ଗାଧର ।

ଖୁଣ୍ଟା ଥାନା ରେ ଏନେଇ ୨୫ ଭାରତୀୟ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ କେସ୍ ନଂ୨୧୨ ଓ ୨୧୩/୨୩ ଅଧାର ରେ ଅଜଣା ବ୍ୟକ୍ତି ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ଏସ୍ ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଟି ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। ସେହିପରି ଆଜି ପ୍ରଯ୍ୟନ୍ତ ୨୩୬ ଗୋଟି ବନ୍ଧୁକ ଜବତ କରିଥିବାବେଳେ ୮୦ଗୋଟି କେଶ ଫାଇଲ କରିଛନ୍ତି। ଅନ୍ୟପଟରେ ସୁରକ୍ଷା ପାଇଁ ସବୁବେଳେ ତିନି ପ୍ଲାଟୁନ ଫୋର୍ସ ର ପେଟ୍ରୋଲିଂ ଚାଲିଛି.

Exit mobile version