ଖନ୍ତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣା, ଜଣେ ମୃତ୍ୟ ଜଣେ ଆହତ। ଥାନାରେ ମାମଲା ରୁଜୁ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଖନ୍ତ ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ୍ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଆଜି ଗୁରୁବାର ସକାଳୁ ପୋଲିସ ସୂତ୍ରରୁ ଜଣାପଡିଛି।

ସୂଚନା ମୁତାବକ ବୁଧବାର ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ଦଶରଥ ମାର୍ଣ୍ଡି ଙ୍କ ୧୮ ବର୍ଷର ପୁଅ ବାଜୁ ମାର୍ଣ୍ଡି ଓ ସାଙ୍ଗ ଡାକ୍ତର ହାଁସଦା କୌଣସି କାମରେ ରାଇରଙ୍ଗପୁର କୁ ଯାଇ ରାତିରେ ଘରକୁ ଫେରିଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ବଡାମତଳିଆ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଖନ୍ତ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଫଳରେ ଘଟଣାସ୍ଥଳରେ ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଡ଼ାକ୍ତର ହାଁସଦା ଆହତ ହୋଇଥିଲେ। ତେବେ ଉକ୍ତ ଖବର ସ୍ଥାନୀୟ ଲୋକେ ଜାଣି ପାରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟ ଙ୍କୁ ରାଇରଙ୍ଗପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ଆଜି ଗୁରୁବାର ସକାଳୁ ଗ୍ରାମାଞ୍ଚଳ ଥାନା ପୋଲିସ ମେଡିକାଲ କୁ ଯାଇ ବାଇକ୍ କୁ ଜବତ୍ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି।

Exit mobile version