ସୁଖ ଦୁଃଖ ର ସାଥୀ : ବିପଦର ବନ୍ଧୁ ଦଶପଲ୍ଲା ଯୁବ ବିଧାୟକ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ଦୁଇଟି ଅଗ୍ନି ବିପନ୍ନ ପରିବାରକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ସହାୟତ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଦଶପଲ୍ଲା ଯୁବ ବିଧାୟକ । ସୂଚନା ଥାଉକି ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା ସାନଜିରୀ ଗ୍ରାମର ବାଳକୃଷ୍ଣ ଜାନୀ ପିତା – କରଣ ଜାନୀ, ତୁଳା ଜାନୀ ସ୍ଵାମୀ – ଗଜେନ୍ଦ୍ର ଜାନୀ ଙ୍କ ଦୁଇଟି ପରିବାର ବିଦ୍ୟୁତ୍ ସଟସର୍କିଟିରେ ଘର ଜଳି ପୋଡି ପାଉଁଶ ହେବା ସହିତ ନିତ୍ୟ ବ୍ୟବହୃତ ଆସବାପତ୍ର ମଧ୍ଯ ଜଳି ପୋଡି ନଷ୍ଟ ହୋଇଥିଲା ।

ଏହି ବାବଦକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହ ନିର୍ମାଣ ସହାୟତା ପାଣ୍ଠିରୁ ଆସିଥିବା ଅନୁଦାନକୁ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଦୁଇଟି ଅଗ୍ନି ବିପନ୍ନ ପରିବାର ସଦସ୍ୟ ବାଳକୃଷ୍ଣ ଜାନୀ ଓ ତୁଳା ଜାନୀ ପରିବାରକୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହ ପ୍ରତ୍ୟେକ ପରିବାରକୁ ୧ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

ତତ୍ ସହିତ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମର ଯେଉଁ ସମସ୍ୟା ରହିଛି ତାହା ଯଥା ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏ ନେଇ ସମସ୍ତ ଜନସାଧାରଣ ବିଧାୟକ ଙ୍କ ପ୍ରତି ଖୁସି ବ୍ୟକ୍ତ କରିଥିଲେ।ସହାୟତା ରାଶି ପ୍ରଦାନ ସମୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,

ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବୁଲୁ ମଳିକ, ସମିତି ସଭ୍ୟା ପ୍ରଭାତୀ ମଳିକ , ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ ଏବଂ ନୂଆଗାଁ ତହସିଲ୍ କାର୍ଯ୍ୟାଳୟର ସୁପରଭାଇଜର ପ୍ରମୋଦ କୁମାର ବେହେରା, ବରୁଣ ମଳିକ ସମେତ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ।

Exit mobile version