ଚଣ୍ଡେଶ୍ୱର ରୁ ପାରିଓରଡ ର ପୁନଃଉଦ୍ଧାର ପାଇଁ ରାସ୍ତା ଅବରୋଧ – ତୀବ୍ର ଊତ୍ତେଜନା ପ୍ରକାଶ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଚଣ୍ଡେଶ୍ୱରରୁ ପରିଓରଡ଼ ରାସ୍ତା ପୁନଃରୁଦ୍ଧାର ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଘଟଣା ସ୍ଥଳରେ ଉତ୍ତେଜନା । ଫଳରେ 5 ଟି ପଞ୍ଚାୟତକୁ  ଯିବା ଆସିବା ସମ୍ପୂର୍ଣ ବନ୍ଦ ହୋଇ ଥିଲା । ସ୍କୁଲ କଲେଜ ଯିବା ଆସିବା ବନ୍ଦ ହୋଇ ଯାଇଛି ।ରାସ୍ତା ତୁରନ୍ତ ପୁନଃରୁଦ୍ଧାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳକୁ ନ  ଯିବାରୁ ଉତ୍ତେଜନା ଦେଖାଦେଇଛି । ରାଜ୍ୟ ସରକାରଙ୍କ  ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ରାସ୍ତାର ଉନ୍ନତି ପାଇଁ ୨ କୋଟି ରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି ।ହେଲେ ଠିକାଦାରଙ୍କ ମନୋମାନୀ ଯୋଗୁଁ ରାସ୍ତା କାମ ଶେଷ ହୋଇ ପାରୁନାହିଁ । ତେଣୁ  ଲୋକେ ଭଙ୍ଗା  ଗଢା ରାସ୍ତାରେ ଯା ଆସ କରି ଦୁର୍ଘଟଣା ର ଶିକାର ହେଉଛନ୍ତି । ତେଣୁ   ଉକ୍ତ  ଗାଁର ଶତାଧିକ ଲୋକେ ରାସ୍ତାକୁ ଅବରୋଧ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ବୁଝା ସୁଜା କରିବା ପରେ ରାସ୍ତାରେ ଚଳା ଚଲ ସ୍ୱାଭାବିକ ହୋଇଥିଲା

 

Exit mobile version