୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ପୋଲିସ ହାତରେ ଧରାପଡିଲେ ଦୁଇ ପେଷାଦାର ଦୁଇଚକିଆ ଗାଡ଼ି ଚୋର । ଧରାପଥିବା ଅଭିଯୁକ୍ତଙ୍କ ପାଖରୁ ସଦର ପୋଲିସ ୫ଟି ଦୁଇଚକିଆ ଯାନ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାରଙ୍ଗ ଥାନା ଗୋବିନ୍ଦପୁର ଅଞ୍ଚଳରେ ରହୁଥିବା , ମଙ୍ଗଳାବାଗ ଥାନା କେଶରପୁର ବଡ଼ ମସଜିଦ୍ ଅଞ୍ଚଳର ସେକ୍ ଫୈଜାନ ଆଲିଆସ ସୋନୁ ।
ଅନ୍ୟଜଣେ ହେଲେ ଚୋରି ଦୁଇ ଚକିଆ ଯାନ କିଣିଥିବା ବାରଙ୍ଗ ଗୋଡିସାହି ଫାଣ୍ଡି ଅଞ୍ଚଳର ବଳରାମ ଓଝା । ଫୈଜାନ ଜେଣେ ପେଷାଦାର ଗାଡ଼ି ଚୋର । ତା ନାମରେ କଟକର ବିଭିନ୍ନ ଥାନାରେ ୬ଟି ମାମଲା ରହିଛି । ଗିରଫ ଦୁଇ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

