ପୁରୁଷୋତ୍ତମପୁର ଗ୍ରାମୀଣ ପାର୍କ ଉଦଘାଟିତ

୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ପୁରୁଷୋତ୍ତମପୁର ( ମଣିପୁର) ଗ୍ରାମୀଣ ପାର୍କ ଉଦଘାଟିତ ହୋଇଯାଇଛି। କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ପାର୍କ କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଏକତାଳି ସରପଞ୍ଚ ଝିଲୀପ୍ରଭା ବେହେରା, ଏକତାଳି ସମିତି ସଭ୍ୟା ତଥା ବ୍ଲକ ଇପାଧ୍ୟକ୍ଷା ସରୋଜିନୀ ଦ୍ବିବେଦୀ,ବିଡ଼ିଓ କଲ୍ୟାଣ ସୌରଭ ଦାଶ,ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ସମିତି ସଭ୍ୟ ଅମୂଲ୍ୟ ଦ୍ବିବେଦୀ, ନନ୍ଦ କିଶୋର ବେହେରା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଗ୍ରାମର କୁଞ୍ଜ ବିହାରୀ ମିଶ୍ର,ଆନନ୍ଦ ଚରଣ ଦ୍ବିବେଦୀ, ଦେବାଶିଷ ଶତପଥୀ, ବିଷ୍ଣୁ ପ୍ରସାଦ ଶତପଥୀ, ଯୁଗଳ ମିଶ୍ର, ବିଭୂତି ଦ୍ବିବେଦୀ, ବିରଞ୍ଚି ନାରାୟଣ ମିଶ୍ର, ପରମାନନ୍ଦ ମିଶ୍ର,ନରୋତ୍ତମ ମିଶ୍ର,ପୁରୁଷୋତ୍ତମ ମିଶ୍ର,ନିରଞ୍ଜନ ମିଶ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ସଞ୍ଜୟ କୁମାର ଦାଶ ସଭା ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବସନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।ଗ୍ରାମ ସଭାପତି ପଙ୍କଜ କୁମାର ଶତପଥୀ ଙ୍କ ସମେତ ଗ୍ରାମବାସୀ ପାର୍କ ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version