ବାଲୁଗାଁ ବଜାରରୁ ଉଠାଦୋକାନକୁ ଉଛେଦ କରୁଛି ପ୍ରଶାସନ

୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ହେଉଛି ବାଣିଜ୍ୟର ପେଣ୍ଠସ୍ଥଳ l ଦିନକୁଦିନ ଜନବହୁଳ ବାଲୁଗାଁ ସହରରେ ବେଆଇନ ଭାବେ ଉଠା ଦୋକାନ ବଜାର ଗଢି ଉଠୁଥିବା ବେଳେ ଟ୍ରାଫିକ ସମସ୍ୟାର ମୂଳ କାରଣ ପାଲଟିଛି । ସହରର ପ୍ରମୁଖ ରାସ୍ତା ହେଉ ଅବା ଆଇବି ରୋଡ଼ ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ବେପାର ଜାରି ରଖିଥିବା ବେଳେ ଗ୍ରାହକମାନେ ଉକ୍ତ ଦୋକାନ ସମ୍ମୁଖରେ ଗାଡି ମୋଟର ରଖି ଜିନିଷପତ୍ର କିଣାକିଣି କରୁଛନ୍ତି ।

ଯାହାଫଳରେ ଅଯଥା ରାସ୍ତା ଜାମ ହେବା ସହ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗିରହୁଛି । ଏହିପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଏବଂ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ରାସ୍ତା ଉଭୟ ପାର୍ଶ୍ୱରୁ ଉଠା ଦୋକାନୀଙ୍କୁ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏଥିସହିତ ସମସ୍ତ ଉଠା ଦୋକାନୀ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହି ବେପାର କରିବାକୁ କହିଥିବା ବେଳେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଉଠା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇଆଇସି ଶ୍ରୀ ପରିଡା ତାଗିଦ କରିଛନ୍ତି।


 

Exit mobile version