ସ୍ପଷ୍ଟ ଦିବାଲୋକରେ ବୃଦ୍ଧଙ୍କୁ ଠାରୁ ଝାମ୍ପି ନେଲେ ଟଙ୍କା

୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ମଙ୍ଗଳବାର ଦିବାଲୋକ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଏକ ପଲସର ବାଇକିରେ ଦୁଇ ଜଣ ଦୁର୍ବୁତ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ସାଇକେଲରେ ଯାଉଥିବା ଜଣେ ବୃଦ୍ଧଙ୍କୁ ଠାରୁ 50 ହଜାର ଟଙ୍କା ଝାମ୍ପି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l ସୂଚନା ମୁତାବକ ବାଲୁଗାଁ ଥାନା ଅଧିନ ସରଳାପଦର ଗ୍ରାମର ନବକିଶୋର ସାହୁ (୬୦) ବଜାର ପେଟ୍ରୋଲ ପମ୍ପ ନିକଟସ୍ଥ ୟୁନିୟନ ବ୍ୟାଙ୍କ ନିଜ ଜମା ଖାତାରୁ 50 ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ।

ଉତ୍ତରାୟଣୀ ରୋଡ ସ୍ଥିତ ଟିଭିଏସ ସୋରୁମ ନିକଟରେ ହଠାତ ଏକ ପଲସର ବାଇକିରେ ଦୁଇ ଜଣ ଦୁବୃତ୍ତ ଆସି ବୃଦ୍ଧ ଜଣଙ୍କ ସାଇକେଲରେ ଝୁଲାଇ ଥିବା ବ୍ୟାଗଟିକୁ ଝାମ୍ପି ନେଇ ଆଖି ପିଛୁଳାକେ ଗଞ୍ଜାମ ଅଭିମୁଖେ ଫେରାର ହୋଇଯାଇଥିଲେ।ଏ ନେଇ ବୃଦ୍ଧ ଜଣକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ଦିନ ଦ୍ଵିପ୍ରହରେ ବାଲୁଗାଁ ଅଞ୍ଚଳ ଚଳଚଞ୍ଚଳ ଥିବାବେଳେ ଏଭଳି ଲୁଟ ହୋଇଥିବାରୁ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁନଥିବା ଆଲୋଚନା ହେଉଛି । ତେବେ ଏହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି ।

Exit mobile version