୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷ’ରୁ “ଦୁର୍ନୀତି ନିବାରଣ ସପ୍ତାହ” କାର୍ଯ୍ୟକ୍ରମ ପାଳନ ଅବସର’ରେ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମହାବିଦ୍ୟାଳୟ ପରିସର’ରେ ଆଜି ସକାଳ ୮ ଟା ବେଳେ ମହିଳା ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ରୀନା ସାହୁ , ଦୁର୍ନୀତି ନିବାରଣ ସମ୍ପର୍କିତ ବାହାରିଥିବା ଏକ ସଚେତନତା ଶୋଭାଯାତ୍ରା’କୁ ଉଦ୍ଘାଟନ କରିବା ପୂର୍ବକ କର୍ମଚାରୀ ତଥା ଛାତ୍ରୀମାନଙ୍କୁ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ କହିବା ସହ ଦୁର୍ନୀତି’ର ମୂଳୋତ୍ପାଟନ ପାଇଁ ସାଧୁତା ଓ ସତ୍ୟନିଷ୍ଠl ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ’କୁ ସମର୍ଥନ କରିବା ଉଚିତ୍ ବୋଲି ଉଦ୍ବୋଧନ ଦେଇ କହିଥିଲେ ।