ଖଜୁରୀପଦାରେ ମିଲଟ ମଦର୍ ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ନୂଆଗଡ ବ୍ଲକର ଖଜୁରୀପଦାସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ମିଲଟ ମିଶନ ତରଫରୁ ମିଲଟ ମଦର୍ ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଲଟ ମିଶନ ଆନୁକୂଲ୍ୟରେ ନୂଆଗଡ ବ୍ଲକର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନେ କିପରି କ୍ଷୁଦ୍ର ଶସ୍ୟ ଜାତୀୟ ଖଦ୍ୟରୁ ମିଳୁଥିବା ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପାଇବେ ଏବଂ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇପାରିବେ ତାହାରି ଉପରେ ଉପସ୍ଥିତ ଥିବା ଅଧିକାରୀ ମାନେ ଆଲୋକପାତ କରିଥିଲେ ।

ସରକାର ବର୍ତ୍ତମାନ ମିଲଟ ଉପରେ ଗୁରୁତ୍ଵ ଦେଉଥିବା ବେଳେ ଖାଦ୍ୟରୂପେ ମିଲଟ ବ୍ୟବହାର କରିବା ଦ୍ଵାରା ଲୋକେ ସୁସ୍ଥ ରହିବା ସହ ନିରୋଗି ରହିବେ ତାହାରି ଉପରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରମଗୁରୁ ପରାମର୍ଶ ଦେଇଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ଷ୍ଟଲ ଗୁଡ଼ିକ ଲାଗିଥିଲା,

ଏହି ଷ୍ଟଲ ଗୁଡ଼ିକକରେ କ୍ଷୁଦ୍ର ଶସ୍ୟରୁ ତିଆରି ସୁଷମ ସ୍ଵାଦିଷ୍ଟ ଖାଦ୍ୟ ଗୁଡ଼ିକ ପରିବେଷଣ କରି ଲୋକଙ୍କୁ ଖାଇବାକୁ ଦିଆଯିବା ସହ ଏହାକୁ ପ୍ରସ୍ତୁତି କରିବା ପ୍ରଣାଳୀ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଲୋକନାଥ ଶବର ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ, ବ୍ଲକ କୃଷି ଅଧିକାରୀ ଶେଖ୍ ଏହେଶାନ, ମିଲଟ ମିଶନ ବ୍ଲକ ସଂଯୋଜକ, ସହ ସଂଯୋଜକ,ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ମାନେ ଯୋଗଦେଇଥିବା ବେଳେ ମହେନ୍ଦ୍ରଗରି ପ୍ରଡ୍ୟୁସର୍ କମ୍ପାନୀର କର୍ମଚାରୀ ମାନେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ।

Exit mobile version